ତେହେରାନ : ଇରାନ ବିରୋଧରେ ଇସ୍ରାଏଲ ଏବଂ ଆମେରିକା ଯୁଦ୍ଧ ଆଜି ୩୨ ଦିନରେ ପହଞ୍ଚିଥିବାବେଳେ ଇରାନରେ ଏବେ ଆକ୍ରମଣର ନୂଆ ଟାର୍ଗେଟ୍ ପାଲଟିଛି ବିଶ୍ବବିଦ୍ୟାଳୟ ଏବଂ ବୈଜ୍ଞାନିକ ଗବେଷଣା କେନ୍ଦ୍ର । ଇରାନର ବିଜ୍ଞାନ ମନ୍ତ୍ରାଳୟ ଅନୁଯାୟୀ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏଯାବତ ଇରାନରେ ୨୧ ବିଶ୍ବବିଦ୍ୟାଳୟ ଉପରେ ଟାର୍ଗେଟ ଆକ୍ରମଣ ହୋଇଛି ଏବଂ ଏଗୁଡ଼ିକ ଧ୍ବଂସ ହୋଇଯାଇଛି।
ଇରାନ ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ ଟେକନୋଲୋଜିର ଅନେକ କୋଠା ଆକ୍ରମଣରେ ଭାଙ୍ଗିରୁଜି ଯାଇଛି। ବିଶ୍ବବିଦ୍ୟାଳୟର ଏକ ଗବେଷଣା କେନ୍ଦ୍ର ମାଟିରେ ମିଶିଯାଇଛି। ଏହି ବିଶ୍ବବିଦ୍ୟାଳୟ ୧୯୨୯ରେ ନିର୍ମାଣ ହୋଇଥିଲା ଏବଂ ଇଞ୍ଜିନିୟରମାନଙ୍କୁ ତାଲିମ ଦେବାପାଇଁ ଏହା ଦେଶର ପ୍ରଥମ ଶିକ୍ଷାନୁଷ୍ଠାନ। ଆମେରିକା-ଇସ୍ରାଏଲ ଆକ୍ରମଣରେ କୋଠାଟି ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି। ଅକ୍ସଫୋର୍ଡ ୟୁନିଭର୍ସିଟିର ବୈଶ୍ବିକ ସୁରକ୍ଷା ପ୍ରଫେସର ଜାନିନା ଡିଲ୍ କହିଛନ୍ତି, ବିଶ୍ବବିଦ୍ୟାଳୟ ଗୁଡ଼ିକ ଉପରେ ସିଧାସଳଖ ଆକ୍ରମଣ ହେଉଛି ଯୁଦ୍ଧ ଅପରାଧ। ଅନ୍ୟପକ୍ଷେ ଇସ୍ରାଏଲ ସେନା ଦାବି କରିଛି ଯେ ଇରାନ କିଛି ବିଶ୍ବବିଦ୍ୟାଳୟକୁ ସାମରିକ ଭିତ୍ତିଭୂମି ଭାବେ ବ୍ୟବହାର କରୁଥିବାରୁ ଇସ୍ରାଏଲ ସେନା ଏଗୁଡ଼ିକୁ ଟାର୍ଗେଟ୍ କରିଛି
ସୌଜନ୍ୟ ସମ୍ବାଦ
