ପ୍ରବଳ ଥଣ୍ଡା ପଡ଼ିଛି। ଏହି ଥଣ୍ଡା ପାଗରେ ସକାଳ ହେଉ ଅବା ସନ୍ଧ୍ୟା ଜଳଖିଆରେ କମ ସମୟରେ କିଛି ଗରମାଗରମ ଖାଦ୍ୟ ଖାଇବାକୁ ନଚେତ ଖୁଆଇବାକୁ ଚାହୁଁଥିଲେ ପ୍ରସ୍ତୁତ କରନ୍ତୁ ଆଳୁ ଉତ୍ତପମ। ଆଳୁ ଉତ୍ତପମ ତିଆରି କରିବା ପଦ୍ଧତି ଖୁବ ସହଜ ।
ଆଳୁ ଉତ୍ତପମ୍ ତିଆରି କରିବା ପାଇଁ ଆବଶ୍ୟକ ସାମଗ୍ରୀ
ସିଝା ଆଳୁ – ୪-୫ଟି
ପିଆଜ – ୧
କୋରା ହୋଇଥିବା ପନିର – ୨ରୁ ୩ ଚାମଚ
ମଇଦା – ୧ ଚାମଚ
ଚୁଡ଼ା – ୧ ଚାମଚ
ଅଦା-ରସୁଣ ପେଷ୍ଟ – ୧ ଚାମଚ
ସୋରିଷ – ୧/୨ ଚାମଚ
ଲାଲ ଲଙ୍କା ଗୁଣ୍ଡ – ୧ ଚାମଚ
କଟା ଧନିଆ ପତ୍ର – ୨ ଚାମଚ
ତେଲ – ୨ ଚାମଚ
ଲୁଣ – ସ୍ୱାଦ ଅନୁସାରେ
ଆଳୁ ଉତ୍ତପମ୍ ତିଆରି କରିବାର ପଦ୍ଧତି
ଆଳୁ ଉତ୍ତପମ୍ ତିଆରି କରିବା ପାଇଁ ପ୍ରଥମେ ଆଳୁକୁ ଭଲ ଭାବରେ ସିଝାଇ ଚକଟି ଦିଅନ୍ତୁ। ପୂର୍ବରୁ ପାଣିରେ ଭିଜାଇ ରଖିଥିବା ଚୁଡ଼ାକୁ ଚିପୁଡ଼ି ସେଥିରେ ମିଶାଇ ଦିଅନ୍ତୁ। କଟା ପିଆଜ, ଅଦା-ରସୁଣ ପେଷ୍ଟ, କଟା ଧନିଆ ପତ୍ର, ସୋରିଷ, କର୍ଣ୍ଣଫ୍ଲୋର ଏବଂ ଅନ୍ୟାନ୍ୟ ମସଲା ପକାଇ ଭଲ ଭାବରେ ମିଶାନ୍ତୁ। ତାୱା ଗରମ କରି ତେଲ ପକାଇ ସେଥିରେ ଉକ୍ତ ପୋଷ୍ଟକୁ ଛୋଟଛୋଟ ଚକୁଳି ଆକୃତିରେ କରନ୍ତୁ। ଗୋଟିଏ ପରେ ଏପରି କରି ଗରମାଗରମ ପ୍ରସ୍ତୁତ କରନ୍ତୁ ଆଳୁ ଉତ୍ତପମ୍।
ସୌଜନ୍ୟ ସମ୍ବାଦ

