Vaibhav Suryavanshi IPL 2026: ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କୁ ଇରଫାନ୍ ପଠାନ୍‌ଙ୍କ ଚେତାବନୀ, କହିଲେ ‘ବିରୋଧୀ କରିବେ ସ୍ୱତନ୍ତ୍ର ପ୍ଲାନିଂ’

Vaibhav Suryavanshi IPL 2026: ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କୁ ଇରଫାନ୍ ପଠାନ୍‌ଙ୍କ ଚେତାବନୀ, କହିଲେ 'ବିରୋଧୀ କରିବେ ସ୍ୱତନ୍ତ୍ର ପ୍ଲାନିଂ'

ନୂଆଦିଲ୍ଲୀ: ଆସନ୍ତା ଆଇପିଏଲ୍ ସିଜିନ୍ ପୂର୍ବରୁ ରାଜସ୍ଥାନ ରୟାଲ୍ସର ୧୫ ବର୍ଷୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କ୍ରିକେଟ୍ ଜଗତରେ ଚର୍ଚ୍ଚା ଜୋର ଧରିଛି। ଗତ ସିଜିନ୍‌ରେ ନିଜର ବିସ୍ଫୋରକ ବ୍ୟାଟିଂରେ ସମସ୍ତଙ୍କୁ ଚକିତ କରିଥିବା ଏହି ଯୁବ ତାରକାଙ୍କୁ ନେଇ ଭାରତର ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ବଡ଼ ବୟାନ ଦେଇଛନ୍ତି। ସେ ବୈଭବଙ୍କ କ୍ଷମତାକୁ ପ୍ରଶଂସା କରିବା ସହ ତାଙ୍କୁ ଆଗାମୀ ଆହ୍ୱାନଗୁଡ଼ିକ ପାଇଁ ସତର୍କ କରାଇଛନ୍ତି।

ବିରୋଧୀ ଦଳ କରିବେ ସ୍ୱତନ୍ତ୍ର ପ୍ଲାନିଂ

ଜିଓହଟଷ୍ଟାରରେ ଆଲୋଚନା ବେଳେ ପଠାନ୍ କହିଛନ୍ତି ଯେ ବୈଭବଙ୍କ ପାଇଁ ଅସଲ ପରୀକ୍ଷା ଏବେ ଆରମ୍ଭ ହେବ।

୧୪ ବର୍ଷ ବୟସରେ ରଚିଥିଲେ ଇତିହାସ

ମାନସିକ ସନ୍ତୁଳନ ରଖିବା ଜରୁରୀ

ପଠାନ୍ ପରାମର୍ଶ ଦେଇଛନ୍ତି ଯେ ବୈଭବଙ୍କ ଆଗରେ ଏବେ ୨୦ ରୁ ୨୫ ବର୍ଷର ଲମ୍ବା କ୍ୟାରିୟର ପଡ଼ିଛି। ତେଣୁ ସେ ମାନସିକ ସ୍ତରରେ ନିଜକୁ ମୁକ୍ତ ଏବଂ ସୁଦୃଢ଼ ରଖିବା ଆବଶ୍ୟକ। ସବୁକିଛି ସହଜ ବୋଲି ଭାବିବା ତାଙ୍କ ପାଇଁ କ୍ଷତିକାରକ ହୋଇପାରେ। ଗତ ସିଜିନ୍‌ରେ ରାହୁଲ ଦ୍ରାବିଡ଼ଙ୍କ ମାର୍ଗଦର୍ଶନ ତାଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ସେ ମତ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ରାହୁଲ ଦ୍ରାବିଡ଼ଙ୍କ ବିଦାୟ ପରେ ଏବେ କୁମାର ସାଙ୍ଗାକାରା ରାଜସ୍ଥାନ ରୟାଲ୍ସର ହେଡ୍ କୋଚ୍ ଦାୟିତ୍ୱ ନେଇଥିବା ବେଳେ ରିୟାନ୍ ପରାଗ ଦଳର ଅଧିନାୟକ ଅଛନ୍ତି। ଆସନ୍ତା ମାର୍ଚ୍ଚ ୩୦ ତାରିଖରେ ଗହାଟୀଠାରେ ଚେନ୍ନାଇ ସୁପର କିଙ୍ଗସ୍ (CSK) ବିପକ୍ଷ ମ୍ୟାଚ୍ ସହ ରାଜସ୍ଥାନ ତାର ଆଇପିଏଲ୍ ୨୦୨୬ ଅଭିଯାନ ଆରମ୍ଭ କରିବ।

ସୌଜନ୍ୟ Prameya News7

Exit mobile version