
ଭୁବନେଶ୍ବର/ଜୟପୁର: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲାର କୋଟପାଡ଼ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (AEE) ସତ୍ୟନାରାୟଣ ସେଠୀଙ୍କ ଘର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଚାଲିଛି।
କୋରାପୁଟ, ଖୋର୍ଦ୍ଧା ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକକାଳୀନ ଚଢ଼ାଉ
ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ଜୟପୁରଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୭ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ କୋରାପୁଟ, ଖୋର୍ଦ୍ଧା ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ତାଙ୍କ ନିମ୍ନଲିଖିତ ସ୍ଥାନଗୁଡ଼ିକରେ ଏକକାଳୀନ ଚଢ଼ାଉ କରାଯାଉଛି।
୧. ଶ୍ରୀ ସେଠୀଙ୍କ ଭଡା ଘର, ଜୟପୁର, ଜିଲ୍ଲା-କୋରାପୁଟ, ପାରାବେଡାରେ ଅବସ୍ଥିତ।
୨. ଶ୍ରୀ ସେଠୀଙ୍କ ଆବାସିକ ଫ୍ଲାଟ୍, ଫ୍ଲାଟ୍ ନଂ. G/B.6-14, ଗ୍ରାଉଣ୍ଡ ଫ୍ଲୋଟ୍, ବ୍ଲକ- B-6, ପ୍ଲଟ୍ ନଂ.132, ମାଧିପୁର ମୌଜା, ଜଟଣୀ, ଖୋର୍ଦ୍ଧା ଅନ୍ତର୍ଗତ ହାଇ-ଟେକ୍ ପ୍ଲାଜାରେ।
୩. ତାଙ୍କର ପୈତୃକ ଘର ଗ୍ରାମ- ଜାହାନଗର, ଭାୟା- ଚାନ୍ଦୋଳ, ଥାନା- ଡେରାବିସ୍, ଜିଲ୍ଲା-କେନ୍ଦ୍ରାପଡ଼ାରେ।
୪. ଶ୍ରୀ ସେଠୀଙ୍କ ଆବାସିକ ସରକାରୀ କ୍ୱାର୍ଟର କୋଟପାଡ, ଜୟପୋର, ଜିଲ୍ଲା-କୋରାପୁଟ ଠାରେ ଅବସ୍ଥିତ।
୫. ଶ୍ରୀ ସେଠୀଙ୍କ କାର୍ଯ୍ୟାଳୟ ଚାମ୍ବର କୋଟପାଡ, ଜିଲ୍ଲା-କୋରାପୁଟ ଠାରେ ଅବସ୍ଥିତ।
୬. ଶ୍ରୀ ସେଠୀଙ୍କ ଫାର୍ମ ମୌଜା- ତାରାଗାଁ, ବୋରିଗୁମା ତହସିଲ, ଜିଲ୍ଲା-କୋରାପୁଟ ଠାରେ ଅବସ୍ଥିତ।
୭. ଶ୍ରୀ ସେଠୀଙ୍କ ଆଉ ଏକ ଫାର୍ମ ମୌଜା- ତାରାଗାଁ, ବୋରିଗୁମା ତହସିଲ, ଜିଲ୍ଲା-କୋରାପୁଟ ଠାରେ ଅବସ୍ଥିତ।
ଭିଜିଲାନ୍ସ ବିଭାଗର ଅଧିକାରୀମାନେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସରକାରୀ ଓ ବ୍ୟାଙ୍କ ଦଲିଲ୍, ଜମି ଜମା କାଗଜପତ୍ର ଏବଂ ସୁନାଗହଣା ଯାଞ୍ଚ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବାରୁ ସମ୍ପତ୍ତିର ସଠିକ୍ ଆକଳନ କରାଯାଇ ନାହିଁ। ଚଢ଼ାଉ ଶେଷ ହେବା ପରେ କୋଟି କୋଟି ଟଙ୍କାର ଆୟବହିର୍ଭୂତ ସମ୍ପତ୍ତିର ସବିଶେଷ ତଥ୍ୟ ସାମ୍ନାକୁ ଆସିବ ବୋଲି ଭିଜିଲାନ୍ସ ସୂତ୍ରରୁ ପ୍ରକାଶ।
ସୌଜନ୍ୟ ସମ୍ବାଦ




