ବେରୁତ: ଦକ୍ଷିଣ ଲେବାନନରେ ଇସ୍ରାଏଲ ଏହାର ଆକ୍ରମଣକୁ ଜୋରଦାର କରିଛି। ଇସ୍ରାଏଲ ସେନା ସ୍ପଷ୍ଟ କରିଛି ଯେ ଦକ୍ଷିଣ ଲେବାନନରେ ଏହା ଏକ ବଡ଼ଧରଣର ସ୍ଥଳ ଯୁଦ୍ଧ ଆରମ୍ଭ କରିଛି। ଇସ୍ରାଏଲୀ ସେନା ହେଜବୁଲ୍ଲା ବିରୋଧରେ ଲଢ଼େଇ କରୁଥିବାବେଳେ ହେଜବୁଲ୍ଲା ମଧ୍ୟ ଏହାର ଜବାବ ଦେଇ ପାଲଟା ଆକ୍ରମଣ କରିଛି।
ଉଭୟ ପକ୍ଷ ମଧ୍ୟରେ ପ୍ରବଳ ଗୁଳିଗୋଳା ମାଡ଼ ସମୟରେ ୪ ଇସ୍ରାଏଲୀ ସୈନିକଙ୍କ ମୃତ୍ୟୁ ହୋଇଯାଇଛି। ଇସ୍ରାଏଲ ସେନା ଏକ ବିବୃତି ଜାରି କରି ଯୁଦ୍ଧରେ ପ୍ରାଣ ହରାଇଥିବା ୩ ସୈନିକଙ୍କ ନାଁ ଜାରି କରିଛି। ଅନ୍ୟଜଣେ ଇସ୍ରାଏଲୀ ସୈନିକଙ୍କର ମଧ୍ୟ ମୃତ୍ୟୁ ହୋଇଛି। କିନ୍ତୁ ତାଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ। ଇତି ମଧ୍ୟରେ ପୂର୍ବ ବେକା ଭ୍ୟାଲିରେ ଥିବା ଗାଁ ଗୁଡ଼ିକରୁ ଲୋକମାନଙ୍କୁ ଖାଲି କରିବାପାଇଁ ଇସ୍ରାଏଲ ସତର୍କ ସୂଚନା ଜାରି କରିଛି। ଦକ୍ଷିଣ ଲେବାନନ୍ରେ ଇସ୍ରାଏଲ ଏହାର ଆକ୍ରମଣକୁ ଜୋରଦାର କରିଛି।
ସୌଜନ୍ୟ ସମ୍ବାଦ
