ମହାନଗରରାଜ୍ୟ

Balianta Case : ଭିଡିଓରେ ବର୍ଷିଲେ ସୌମ୍ୟଙ୍କ ମାମୁଁ, କହିଲେ- ମୋ ଭଣଜାର ମୃତ୍ୟୁ ପାଇଁ ସେ ୨ ଝିଅ ଓ ପୋଲିସ କର୍ମଚାରୀ ଦାୟୀ

ଭୁବନେଶ୍ୱର ୧୧।୦୫ : ମୋ’ ଭଣଜାକୁ ବ୍ୟକ୍ତିଗତ କାମରେ ରାଜ୍ୟ ପୋଲିସର ଜଣେ ଏଡିଜି ବ୍ୟବହାର କରୁଥିଲେ । ଏଡିଜି ଜଣକ ତା ଦ୍ୱାରା ଗୋଡ଼ ମୋଡ଼ାଉଥିଲେ । ସକାଳେ ୩ ଘଣ୍ଟା ଓ ସନ୍ଧ୍ୟାରେ ୩ ଘଣ୍ଟା ଗୋଡ଼ ମୋଡ଼ିବାକୁ ତାଙ୍କ ଘରକୁ ଡାକୁଥିଲେ । ଗତ ୨ ବର୍ଷ ହେବ ଏଡିଜି ଜଣକ ଏଭଳି ନିର୍ଯାତନା ଦେଉଥିଲେ। ଏଭଳି କିଛି ଚାଞ୍ଚଲ୍ୟକର କଥା କହିଛନ୍ତି ମୃତ ସୌମ୍ୟଙ୍କ ମାମୁ।

ଓଡ଼ିଶା ବାହାରେ ରହୁଥିବା ସୌମ୍ୟଙ୍କ ମାମୁ ଲମ୍ବୋଦର ଦାସ ଏକ ଭିଡିଓରେ ଏଭଳି କିଛି ଅଭିଯୋଗ ଆଣି ଉକ୍ତ ଏଡିଜିଙ୍କ ବିରୋଧରେ ବର୍ଷିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଗତ ୧୫ ଦିନ ପୂର୍ବେ ସୌମ୍ୟ ତାଙ୍କ ନୋଏଡା ସ୍ଥିତ ଘରକୁ ଯାଇଥିଲେ। ସେଠାରେ ତାର ଚାକିରି ବିଷୟରେ କହୁଥିଲା। ଦୁଇ ବର୍ଷ ହେବ ତାଙ୍କୁ ଏଡିଜି ନିର୍ଯାତନା ଦେଉଥିଲେ। ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ। ଯାହାକୁ ସେ ଆଉ ସହ୍ୟ କରିପାରିନଥିଲେ। ଏପରିକି ଏଡିଜି ତାଙ୍କର ଜଣେ କ୍ଲାସ୍ ୱାନ୍ ଠିକାଦାର ସାଙ୍ଗ ପାଇଁ ଜିମ୍ କରିବାକୁ କହିଥିଲେ। ତାହା ମଧ୍ୟ ଭଣଜା ସୌମ୍ୟ କଲା। ମାତ୍ର ତାର ପଇସାପତ୍ର ଦେଲେ ନାହିଁ। ତେଣୁ ଗତ ମାସେ ହେଲା ସେ ଏଡିଜିଙ୍କ ଗୋଡ଼ ମୋଡ଼ା କାମ ଛାଡ଼ିଦେଇ ଜିଆର୍ପିରେ ଆସି କାମ କରୁଥିଲା। ଏଥିରେ ଏଡିଜି ପ୍ରତିଶୋଧ ପରାୟଣ ହୋଇ ରେଳବାଇ ଏସ୍ପିଙ୍କୁ କହି ସୌମ୍ୟର ଦରମା ବନ୍ଦ କରିଦେଲେ। ଏହା ରେଳବାଇ ଏସ୍ପି ଓ ଆର୍ଆଇ ଭଲ ଭାବେ ଜାଣନ୍ତି। ମାତ୍ର ସେ ଛୋଟ କର୍ମଚାରୀ ହୋଇଥିବାରୁ ସୌମ୍ୟଙ୍କୁ କିଛି ସହଯୋଗ କରିପାରିଲେ ନାହିଁ। ଦରମା ବନ୍ଦ ହେବାରୁ ସେ’ ମାନସିକ ସ୍ତରରେ ଅସ୍ଥିର ଥିଲା । ତେଣୁ ଉକ୍ତ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ବିରୋଧରେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି।

ତେବେ ଗତ ୭ ତାରିଖରେ ଯେଉଁ ଘଟଣା ଘଟିଲା ଏକ ଅମାନୁଷିକ ଘଟଣା ବୋଲି ସୌମ୍ୟଙ୍କ ମାମୁ ଲମ୍ବୋଦର କହିଛନ୍ତି । ସେହି ଝିଅ ଦ୍ୱୟ ମିଛ କହୁଛନ୍ତି । ଯଦି ହଠାତ୍ କିଛି ଗୋଟେ ଅଘଟଣ ହେଲା ତାହେଲେ ତାର ପରବର୍ତ୍ତୀ ସମୟରେ ଝିଅ ଦ୍ୱୟ ବୁଝିପାରି ଉକ୍ତ ଭିଡ଼କୁ ରୋକିପାରିଥାନ୍ତେ । ମାତ୍ର ସେମାନେ ଚାହିଁଲେ ସୌମ୍ୟକୁ ମରଣାନ୍ତକ ଆକ୍ରମଣ ହେଉ । ସବୁଠୁ ବଡ଼ ଭୁଲ୍ ହେଉଛି ପୁଲିସର । ଯେଉଁ ପିସିଆର୍ କର୍ମଚାରୀ ସେଠାକୁ କଲ୍ ପାଇ ଗଲେ ସେମାନେ ବିଭାଗ ପାଇଁ ଗୋଟେ କଳଙ୍କ । ସ୍ଥିତି ବିଗୁଡ଼ୁଥିବା ଦେଖି ପୁଲିସ ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କୁ ଡକାଇ ଭିଡ଼କୁ ହଟାଇ ପାରିଥାନ୍ତା । ମାତ୍ର ତାହା କରାଗଲାନି । ଅଯଥାରେ ମୋ’ ଭଣଜାର ଜୀବନ ଗଲା । ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ମାମୁ ଲମ୍ବୋଦର ଦାବି କରିଛନ୍ତି।

 

 

 

ସୌଜନ୍ୟ Prameya News7

Show More
Back to top button