Work From Home to Control the Rise in Fuel Prices: ତୈଳ ଦର ବୃଦ୍ଧି ନିୟନ୍ତ୍ରଣ ପାଇଁ ‘ୱାର୍କ ଫ୍ରମ୍ ହୋମ୍’; ଆଇଇଏ କହିଲା ବିମାନ ଯାତ୍ରା ବର୍ଜନ କର…

ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ ଆକାଶଛୁଆଁ ହୋଇଥିବା ତୈଳ ଦର ଓ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ଆନ୍ତର୍ଜାତୀୟ ଶକ୍ତି ସଂସ୍ଥା (ଆଇଇଏ) ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଜାରି କରି ଉପଭୋକ୍ତାମାନଙ୍କୁ ଘରୁ ରହି କାମ କରିବା ଏବଂ ଅନାବଶ୍ୟକ ବିମାନ ଯାତ୍ରା ବର୍ଜନ କରିବାକୁ ଆହ୍ୱାନ ଦେଇଛି।

ପ୍ୟାରିସ୍/ୱାଶିଂଟନ, ୨୦/୩: ଆମେରିକା-ଇସ୍ରାଏଲ ଓ ଇରାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ ଆକାଶଛୁଆଁ ହୋଇଥିବା ତୈଳ ଦର ଓ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ଆନ୍ତର୍ଜାତୀୟ ଶକ୍ତି ସଂସ୍ଥା (ଆଇଇଏ) ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଜାରି କରି ଉପଭୋକ୍ତାମାନଙ୍କୁ ଘରୁ ରହି କାମ କରିବା (ୱାର୍କ ଫ୍ରମ୍ ହୋମ୍) ଏବଂ ଅନାବଶ୍ୟକ ବିମାନ ଯାତ୍ରା ବର୍ଜନ କରିବାକୁ ଆହ୍ୱାନ ଦେଇଛି। ଶକ୍ତି ସଂକଟର ମୁକାବିଲା ପାଇଁ ସଂସ୍ଥା ପକ୍ଷରୁ ଗତ ମାର୍ଚ୍ଚ ୧୧ ତାରିଖରେ ନିଜର ରଣନୈତିକ ଭଣ୍ଡାରରୁ ସର୍ବକାଳୀନ ରେକର୍ଡ ସଂଖ୍ୟକ ୪୦୦ ନିୟୁତ ବ୍ୟାରେଲ୍ ତେଲ ବଜାରକୁ ଛାଡ଼ିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଏଥିରେ ଆମେରିକା ସବୁଠାରୁ ବଡ଼ ଯୋଗଦାନ ଦେଇଛି।

ବିମାନ ଯାତ୍ରା ବର୍ଜନ କରିବାକୁ ‘ଆଇଇଏ’ର ପରାମର୍ଶ

‘ଆଇଇଏ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଫାତିହ ବିରୋଲଙ୍କ କହିବା ଅନୁଯାୟୀ, କେବଳ ଯୋଗାଣ ବୃଦ୍ଧି ଯଥେଷ୍ଟ ନୁହେଁ, ବରଂ ସରକାର, ବ୍ୟବସାୟିକ ପ୍ରତିଷ୍ଠାନ ଓ ସାଧାରଣ ପରିବାରଗୁଡ଼ିକ ହାଇୱେରେ ଗାଡ଼ିର ବେଗ ଅତିକମରେ ୧୦ କିମି/ଘଣ୍ଟା କମାଇବା ଏବଂ ବିକଳ୍ପ ପରିବହନ ବ୍ୟବସ୍ଥା ଥିଲେ ବିମାନ ଯାତ୍ରାରୁ ନିବୃତ୍ତ ରହିବା ଭଳି ଠୋସ୍ ପଦକ୍ଷେପ ନେଲେ ହିଁ ତୈଳ ଚାହିଦା ହ୍ରାସ ପାଇବା ସହ ସାଧାରଣ ଜନତାଙ୍କୁ ଦର ବୃଦ୍ଧିର ପ୍ରଭାବରୁ ସୁରକ୍ଷା ପ୍ରଦାନ କରାଯାଇପାରିବ।

ସୌଜନ୍ୟ ସମ୍ବାଦ

Exit mobile version