Worker Dies: ପୁଣି ଜଣେ ଦାଦନଙ୍କ ମୃତ୍ୟୁ

ସଇଁତଲା: ବଲାଙ୍ଗୀରଜିଲ୍ଲା ସାରା ରାଜ୍ୟରେ ଦାଦନ ପ୍ରବଣ ଜିଲ୍ଲା ଭାବରେ ଖ୍ୟାତି ଅର୍ଜନ କରିସାରିଛି । କାମ ଧନ୍ଦା ନ ପାଇ ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି କିନ୍ତୁ ଅଧକାଂଶ ସମୟରେ ଜିଲ୍ଲାରେ ଦାଦନର ମୃତ୍ୟୁ ଖବର ଆସୁଛି । ଦିନକୁ ଦିନ ଦାଦନ ଦୁଃଖ ବୃଦ୍ଧି ପାଉଥିବାବେଳେ ପ୍ରଶାସନ ତରଫରୁ କୌଣସି ଆଖଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।
ଜିଲ୍ଲାରେ ପୁଣି ଜଣେ ଦାଦନଙ୍କ ମୃତ୍ୟୁ
ଜିଲ୍ଲାରୁ ଲୋକେ ବାହାର ରାଜ୍ୟକୁ ଦାଦନ ହୋଇଯାଉଛନ୍ତି କିନ୍ତୁ ଶବ ହୋଇ ଫେରୁଛନ୍ତି । ଜିଲ୍ଲାରେ ପୁଣି ଜଣେ ଦାଦନଙ୍କ ମୃତ୍ୟୁ ଖବର ପରିବାରର ମେରୁଦଣ୍ଡ ଭାଙ୍ଗିଦେଇଛି । ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଳକ ଅଂଚଳରେ । ସୂଚନା ଅନୁସାରେ ସଇଁତଲା ବ୍ଳକ ଅନ୍ତଗତ ଭଦ୍ରା ପଂଚାୟତର ସିଲେଟପଡ଼ା ଗ୍ରାମର ନବୀନ ସୁନାଙ୍ଗ ପୁଅ ଦେବେନ୍ଦ୍ର ସୁନା ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଭାବରେ ଯାଇଥିଲେ । ଦେବେନ୍ଦ୍ର ବେଙ୍ଗାଲୁରୁ ଏସଏମଭିଟି ଅଂଚଳରେ ଥିବା ଏକ ସଫି ମଲରେ କାମ କରି ପରିବାର ଲୋକଙ୍କୁ ଟଙ୍ଗା ପଠାଉଥିଲେ । ଗତ ସୋମବାର ଦିନ ଦେବେନ୍ଦ୍ର ଅସୁସ୍ଥ ଅନୁଭବ କରିବାରୁ ସଫି ମଲ ତରଫରୁ ତାଙ୍କୁ ସ୍ଥାନୀୟ ଏକ ଘରୋଇ ଚିକିତ୍ସାଳୟରେ ଭର୍ତି କରାଯାଇଥଲା । କିନ୍ତୁ ଚିକିସାଧନ ଅବସ୍ଥାରେ ବୁଧବାର ଅପରାହ୍ଣ ୪ ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇବାପରେ ପରିବାର ଲୋକେ ଶବ ଆଣିବାକୁ ଯାଇଥିଲେ । କିନ୍ତୁ ଘରୋଇ ଚିକିତ୍ସାଳୟରେ ହୋଇଥବା ଚିକିତ୍ସା ଟଙ୍ଗା ପ୍ରାୟ ୨ଲକ୍ଷ ପଚାଶ ହଜାରଟଙ୍ଗା ପ୍ରଦାନ କରିବାପରେ ଯାଇ ଶବ ଦିଆଯିବ ବୋଲି ଚିକିତ୍ସାଳୟ କର୍ତ୍ତୃପକ୍ଷ କହିଥଲେ । ଏ ବିଷୟରେ ପରିବାର ଲୋକେ ପ୍ରଶାସନର ଦ୍ଵାରସ୍ତ ହୋଇଥଲେ । ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟଙ୍କ ହସ୍ତକ୍ଷେପପରେ ଡ଼ାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଟଙ୍କା ପ୍ରଦାନ କରାଯାଇଥିଲା । ଶୁକ୍ରବାର ଦିନ ପରିବାର ଲୋକେ ଶବ ଆଣୁଥବା ମୃତ ଦେବେନ୍ଦ୍ରଙ୍କ ପିତା ନବୀନ କହିଛନ୍ତି । ଦେବେନ୍ଦ୍ରଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ପ୍ରଶା
ସୌଜନ୍ୟ ସମ୍ବାଦ




