ରାଜ୍ୟ

Zero snakebite deaths: ସରକାରଙ୍କ ‘ଶୂନ ସାପ କାମୁଡ଼ା ମୃତ୍ୟୁ’ ଲକ୍ଷ୍ୟକୁ ଧକ୍କା: ବର୍ତ୍ତମାନ ସୁଦ୍ଧା ୩ ଶହ ମୃତ୍ୟୁ

ଚଳିତ ମୌସୁମୀ ଋତୁରେ ରାଜ୍ୟରେ ‘ଶୂନ ସାପ କାମୁଡ଼ା ମୃତ୍ୟୁ’ ଲକ୍ଷ୍ୟ ରଖିଥିଲେ ରାଜ୍ୟ ସରକାର। ଏଥିପାଇଁ ରାଜ୍ୟର ସର୍ବାଧିକ ସାପ କାମୁଡ଼ା ଜିଲ୍ଲା ଓ ବ୍ଳକ୍‌କୁ ଚିହ୍ନଟ କରିବା ସହ ଯଥେଷ୍ଟ ସଂଖ୍ୟକ ସାପ କାମୁଡ଼ା ଇଞ୍ଜେକସନ୍‌ ଓ ଜରୁରି ଔଷଧ...

ଭୁବନେଶ୍ବର (କ୍ଷିତୀଶ ରାୟ): ଚଳିତ ମୌସୁମୀ ଋତୁରେ ରାଜ୍ୟରେ ‘ଶୂନ ସାପ କାମୁଡ଼ା ମୃତ୍ୟୁ’ ଲକ୍ଷ୍ୟ ରଖିଥିଲେ ରାଜ୍ୟ ସରକାର। ଏଥିପାଇଁ ରାଜ୍ୟର ସର୍ବାଧିକ ସାପ କାମୁଡ଼ା ଜିଲ୍ଲା ଓ ବ୍ଳକ୍‌କୁ ଚିହ୍ନଟ କରିବା ସହ ଯଥେଷ୍ଟ ସଂଖ୍ୟକ ସାପ କାମୁଡ଼ା ଇଞ୍ଜେକସନ୍‌ ଓ ଜରୁରି ଔଷଧ ମହଜୁଦ ରଖିବା ଉପରେ ଗୁରୁତ୍ବ ଦିଆଯାଇଥିଲା। ହେଲେ ସ୍ବାସ୍ଥ୍ୟ ବିଭାଗର ଏହି ଲକ୍ଷ୍ୟଟି ଯେମିତି ଲକ୍ଷ୍ୟହୀନ ହୋଇଯାଇଛି। ବର୍ତ୍ତମାନ ରାଜ୍ୟରେ ପ୍ରତ୍ୟେକ ଦିନ ସାପ କାମୁଡ଼ାରେ ଲୋକଙ୍କ ମୃତ୍ୟୁ ହେଉଛି। ଏମିତିକି ଚଳିତ ସପ୍ତାହରେ ଗୋଟିଏ ଦିନରେ ସାପ କାମୁଡ଼ାରେ ୬ଜଣଙ୍କର ମୃତ୍ୟୁ ହୋଇଛି। ତେଣୁ ଶୂନ ସାପ କାମୁଡ଼ା ପାଇଁ ସବୁ ଜିଲ୍ଲାମାନେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା କେବଳ ଧୂଆଁବାଣ ଥିଲା ବୋଲି ସ୍ପଷ୍ଟ ହୋଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button