Zindagi Na Milegi Dobara 2: ଆସିବ ‘ଜିନ୍ଦଗୀ ନ ମିଲେଗି ଦୋବାରା-୨’, ସିକ୍ୱେଲ ପାଇଁ ଦମ୍ଦାର କାହାଣୀ ଖୋଜୁଛନ୍ତି ଜୋୟା

ନୂଆଦିଲ୍ଲୀ, ୧୮/୦୮: ୧୫ ବର୍ଷ ତଳେ ଦର୍ଶକଙ୍କୁ ସ୍ପେନ୍ର ଏକ ଅଭୁଲା ଯାତ୍ରାରେ ନେଇଥିବା ଲୋକପ୍ରିୟ ହିନ୍ଦୀ ଫିଲ୍ମ ‘ଜିନ୍ଦଗୀ ନ ମିଲେଗି ଦୋବାରା’ର ସିକ୍ୱେଲକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଫିଲ୍ମର ନିର୍ଦ୍ଦେଶକ ଜୋୟା ଅଖତର ‘ଜିନ୍ଦଗୀ ନ ମିଲେଗି ଦୋବାରା-୨’କୁ ନେଇ ଏକ ବଡ଼ ଅପଡେଟ୍ ଦେଇଛନ୍ତି। ହଲିଉଡ୍ ରିପୋର୍ଟର୍ ଇଣ୍ଡିଆକୁ ଦେଇଥିବା ସାକ୍ଷାତକାରରେ ଜୋୟା କହିଛନ୍ତି ଯେ ସିକ୍ୱେଲକୁ ନେଇ କାମ ଚାଲିଛି। ତେବେ ଏହି ପ୍ରୋଜେକ୍ଟ ଏବେବି ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ଦୀର୍ଘ ୧୫ ବର୍ଷ ପରେ ମୂଳ ଫିଲ୍ମର ଚରିତ୍ରଗୁଡ଼ିକୁ ପୁଣିଥରେ ପରଦାକୁ ଆଣିବା ପାଇଁ ଏକ ଦମ୍ଦାର ଓ ଉପଯୁକ୍ତ କାହାଣୀ ଆବଶ୍ୟକ ବୋଲି ସେ କହିଛନ୍ତି।
ଜୋୟାଙ୍କ ସୂଚନା ଅନୁଯାୟୀ, ‘ଜିନ୍ଦଗୀ ନ ମିଲେଗି ଦୋବାରା-୨’ର ନିର୍ଦ୍ଦେଶନା ରୀମା କଗ୍ତି ଦେଇପାରନ୍ତି। ତେବେ ପ୍ରୋଜେକ୍ଟର ଭବିଷ୍ୟତ ଏବେବି ନିଶ୍ଚିତ ହୋଇନାହିଁ। ଜୋୟା କହିଛନ୍ତି ଯେ କାହାଣୀ ଏଭଳି ହେବା ଦରକାର, ଯାହା ମୂଳ ଫିଲ୍ମ ଭଳି ଦର୍ଶକଙ୍କ ମନ ଜିତିପାରିବ। ଏଥିପାଇଁ ଚରିତ୍ରଗୁଡ଼ିକ ପାଇଁ ଉପଯୁକ୍ତ କାହାଣୀ ଖୋଜିବା ଉପରେ ଏବେ ଅଧିକ ଫୋକସ୍ ରହିଛି।
ସୌଜନ୍ୟ ପ୍ରମେୟ




