ଜାତୀୟ

ଆଜିଠୁ ଦିଲ୍ଲୀ-ଏନସିଆରରେ କଡ଼ା ହେଲା ନିୟମ, ଗାଡ଼ିର ପିୟୁସି ନ ଥିଲେ ମିଳିବନି ପେଟ୍ରୋଲ, ସିଏନଜି

ନୂଆଦିଲ୍ଲୀ, ୦୧/୧୦: ଆଜିଠୁ ଦିଲ୍ଲୀ-NCG ଚଳାଚଳ କରୁଥିବା ଯାନବାହନ ପାଇଁ ରୁ ବୈଧ ପ୍ରଦୂଷଣ ନିୟନ୍ତ୍ରଣ (ପିୟୁସି) ପ୍ରମାଣ ପତ୍ର ରଖିବା ଜରୁରି ହୋଇପଡ଼ିବ। ଏହା ନ ଥିଲେ ପେଟ୍ରୋଲ କିମ୍ବା ସିଏନଜି ମିଳିବ ନାହିଁ। ପ୍ରଦୂଷଣ ରୋକିବା ଲାଗି ନିୟମ କଡ଼ାକଡ଼ି କରାଯାଇଛି।

ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ସିଏକ୍ୟୁଏମ) ଏହି ନିୟମ ଯେମିତି କଡ଼ାକଡ଼ି ଭାବେ ପାଳନ କରାଯାଏ, ତାହା ସୁନିଶ୍ଚିତ ପାଇଁ ସରକାରୀ ଅଧିକାରୀ ଏବଂ ପ୍ରବର୍ତ୍ତନ ଏଜେନ୍ସିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ପୂର୍ବରୁ ଗତ ୨୯ ତାରିଖରେ ରାକେଶ ବର୍ମାଙ୍କ ଅଧ୍ୟକ୍ଷତାରେ ସିଏକ୍ୟୁଏମ ସବ୍-କମିଟିର ୨୭ତମ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ ପାଇଁ ନିଷ୍ପତ୍ତି ହୋଇଥିଲା। ଯାନବାହନ ସୃଷ୍ଟ ପ୍ରଦୂଷଣ ନିୟନ୍ତ୍ରଣ ଲାଗି ଉଦ୍ଦିଷ୍ଟ ପଦକ୍ଷେପଗୁଡ଼ିକର ସମୀକ୍ଷା ବି କରାଯାଇଥିଲା।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button