ରାଜ୍ୟ

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ୭ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା

ପୁରୀ, ୨୬/୦୯: ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହେବ । ବୈଠକରେ ୭ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବ । ଜଗନ୍ନାଥ ମନ୍ଦିର ସଦର କାର୍ଯ୍ୟାଳୟ ସଭାଗୃହଠାରେ ଶ୍ରୀମନ୍ଦିର ପରିଚାଳନା କମିଟି ସ୍ଥାୟୀ ସଭାପତି ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ ।

ଏଜେଣ୍ଡା ଅନୁଯାୟୀ ଶ୍ରୀଜଗନ୍ନାଥ ମନ୍ଦିର ଭୂମି ପରିଚାଳନା ଅଧିନିୟମ-୨୦୨୬, ରତ୍ନଭଣ୍ଡାର ଗଣତି ମଣତି ଅଗ୍ରଗତି ବାବଦରେ ଆଲୋଚନା ହେବ । ୨୦୨୫-୨୬ର ଚୂଡ଼ାନ୍ତ ଅଡିଟ ରିପୋର୍ଟ ବୈଠକରେ ଉପସ୍ଥାପନ ଓ ଅନୁମାଦନ ଲାଭ କରିବ । ସେହିପରି ୧୮ ମାର୍ଚ୍ଚ ଓ ୬ ଜୁଲାଇରେ ଶ୍ରୀଜଗନ୍ନଥ ତତ୍ତ୍ୱ ଗବେ ଷଣା, ପ୍ରକାଶନ ଓ ପ୍ରସାର ସବ୍-କମିଟି ବୈଠକର ବିବରଣୀ ଅନୁମୋଦନ ହେବ ।

ସେହିପରି ଗତ ଜୁନ୍ ୫ରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକର ବିବରଣୀ ପଠନ ଓ ଦୃଢ଼ୀକରଣ, ଅନୁପାଳନ ହେବ । ଚଳିତ ବର୍ଷ ସ୍ନାନ ଯାତ୍ରା ଓ ରଥଯାତ୍ରାର ସମୀକ୍ଷା ହେବ । ୧୯ ସେପ୍ଟେମ୍ବରରେ ସଂସ୍ଥା ସବ୍କମିଟି ବୈଠକର ବିବରଣୀ ଅନୁମୋଦନ ହେବ । ସଭାପତିଙ୍କ ଅନୁମୋଦନ କ୍ରମେ ଅନ୍ୟାନ୍ୟ ଆଲୋଚନା ମଧ୍ୟ ହୋଇପାରେ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button