ଦେଶ ବିଦେଶ

ଇତିହାସରେ ସବୁଠୁ ଶକ୍ତିଶାଳୀ ହୋଇପାରେ ‘ଗଡ୍‌ଜିଲା ଏଲ୍‌ନିନୋ’; ୨୦୨୭ରେ ଖାଦ୍ୟ ସୁରକ୍ଷା ପ୍ରତି ବିପଦ

ଏଲ୍‌ନିନୋ ହେଉଛି ପ୍ରଶାନ୍ତ ମହାସାଗରର ମଧ୍ୟ ଓ ପୂର୍ବ ଭାଗର ଜଳ ଅସ୍ୱାଭାବିକ ଭାବେ ଉଷ୍ମ ହେବାର ଏକ ପ୍ରାକୃତିକ ଜଳବାୟୁ ପ୍ରକ୍ରିୟା । ଏହାଦ୍ୱାରା ପବନର ଗତି ଓ ବର୍ଷାର ବଣ୍ଟନ ପ୍ରଭାବିତ ହୁଏ । ନୋଆର ତଥ୍ୟ ଅନୁଯାୟୀ, ଏଲ୍‌ନିନୋ ମାପିବା ପାଇଁ ବ୍ୟବହୃତ ନିନୋ ୩.୪ ଅଞ୍ଚଳରେ ସମୁଦ୍ର ଜଳର ତାପମାତ୍ରା ସାଧାରଣଠାରୁ ୨.୫ ଡିଗ୍ରି ସେଲ୍‌ସିୟସ୍‌ ଅଧିକ ହୋଇଛି ।

ନୂଆଦିଲ୍ଲୀ : ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହେଉଥିବା ଏଲ୍‌ନିନୋ ଚଳିତବର୍ଷ ଇତିହାସର ସବୁଠୁ ଶକ୍ତିଶାଳୀ ଜଳବାୟୁ ଘଟଣା ମଧ୍ୟରୁ ଗୋଟିଏ ହୋଇପାରେ । ବିଶେଷଜ୍ଞମାନେ ଏହାକୁ ‘ଗଡ୍‌ଜିଲା ଏଲ୍‌ନିନୋ’ ନାମ ଦେଇଛନ୍ତି । ଗଡ୍‌ଜିଲା ଅର୍ଥ ବିଶାଳ । ଏହାର ପ୍ରଭାବ ୨୦୨୭ ପର୍ଯ୍ୟନ୍ତ ରହିବା ଆଶଙ୍କା ଥିବାରୁ ବିଶ୍ୱର ଖାଦ୍ୟ ଉତ୍ପାଦନ ଓ ଯୋଗାଣ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି ହୋଇଛି । ଆମେରିକାର ଜାତୀୟ ସାମୁଦ୍ରିକ ଓ ବାୟୁମଣ୍ଡଳୀୟ ପ୍ରଶାସନ (ନୋଆ)ର ଆକଳନ ଅନୁଯାୟୀ, ଏହା ଇତିହାସର ଅନ୍ୟତମ ଶକ୍ତିଶାଳୀ ଏଲ୍‌ନିନୋ ହେବାର ସମ୍ଭାବନା ପ୍ରାୟ ୬୦ ପ୍ରତିଶତ । ୨୦୨୭ ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ଏହାର ତୀବ୍ରତା ଅଧିକ ରହିବାର ସମ୍ଭାବନା ୭୯ ପ୍ରତିଶତରୁ ଅଧିକ ବୋଲି ଆକଳନ କରାଯାଇଛି ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button