ଦେଶ ବିଦେଶ

Trilateral Meeting: ପରମାଣୁ ଅସ୍ତ୍ର ନିୟନ୍ତ୍ରଣଠାରୁ ଇରାନ୍‌ ଓ ୟୁକ୍ରେନ୍‌ ଯୁଦ୍ଧ ପର୍ଯ୍ୟନ୍ତ ଆଲୋଚନା; ବିଶ୍ୱ ଶାନ୍ତି ରକ୍ଷା ଉପରେ ଗୁରୁତ୍ୱ

ବିଶ୍ୱ ରାଜନୀତିରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହୋଇଛି। ଆମେରିକା, ଚୀନ୍‌ ଓ ରୁଷ୍‌ର ଶୀର୍ଷ ନେତା ଡୋନାଲ୍ଡ ଟ୍ରମ୍ପ୍‌, ସି ଜିନପିଙ୍ଗ୍‌ ଓ ଭ୍ଲାଦିମିର ପୁଟିନ୍‌ ଏକାଠି ବସି ବିଶ୍ୱର ପ୍ରମୁଖ ସମସ୍ୟାଗୁଡ଼ିକ ଉପରେ ଆଲୋଚନା କରିଛନ୍ତି।

ଶେନ୍‌ଝେନ୍‌: ବିଶ୍ୱ ରାଜନୀତିରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହୋଇଛି। ଆମେରିକା, ଚୀନ୍‌ ଓ ରୁଷ୍‌ର ଶୀର୍ଷ ନେତା ଡୋନାଲ୍ଡ ଟ୍ରମ୍ପ୍‌, ସି ଜିନପିଙ୍ଗ୍‌ ଓ ଭ୍ଲାଦିମିର ପୁଟିନ୍‌ ଏକାଠି ବସି ବିଶ୍ୱର ପ୍ରମୁଖ ସମସ୍ୟାଗୁଡ଼ିକ ଉପରେ ଆଲୋଚନା କରିଛନ୍ତି। ଚୀନ୍‌ର ଶେନ୍‌ଝେନ୍‌ଠାରେ ଏସିଆ-ପ୍ରଶାନ୍ତ ଅର୍ଥନୈତିକ ସହଯୋଗ (ଏପିଇସି) ସମ୍ମିଳନୀ ଅବସରରେ ଏହି ତିନି ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ପ୍ରଥମ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି।

ବୈଠକରେ ପରମାଣୁ ଅସ୍ତ୍ର ନିୟନ୍ତ୍ରଣ, ଇରାନ୍‌ ଓ ୟୁକ୍ରେନ୍‌ ଯୁଦ୍ଧ ସମେତ ବିଶ୍ୱରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ପ୍ରସଙ୍ଗ ମୁଖ୍ୟ ସ୍ଥାନ ପାଇଥିଲା। ଏହି ସାକ୍ଷାତକୁ ଐତିହାସିକ ବୋଲି ବର୍ଣ୍ଣନା କରିଛନ୍ତି ଟ୍ରମ୍ପ୍‌। ତାଙ୍କ କହିବା ଅନୁଯାୟୀ, ପରମାଣୁ ଅସ୍ତ୍ର ସଂଖ୍ୟା ହ୍ରାସ କରିବା ଓ ଏହାର ବ୍ୟବହାର ଆଶଙ୍କା କମାଇବା ଦିଗରେ ଏହି ତିନି ଦେଶର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମତଭେଦ ଥିଲେ ମଧ୍ୟ ଆଲୋଚନାର ରାସ୍ତା ବନ୍ଦ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ କହିଛନ୍ତି, ବଡ଼ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗ ଓ ସଦ୍‌ଭାବ ରହିଲେ ବିଶ୍ୱରେ ଶାନ୍ତି ବଜାୟ ରହିବ। ସେମାନଙ୍କ ମଧ୍ୟରେ ସଂଘର୍ଷ ହେଲେ ସାରା ବିଶ୍ୱରେ ଅରାଜକତା ସୃଷ୍ଟି ହେବ। ପରମାଣୁ ଯୁଦ୍ଧରେ କେହି ବିଜୟୀ ହୋଇପାରିବେ ନାହିଁ ବୋଲି ସେ ସତର୍କ କରାଇଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button