ଦେଶ ବିଦେଶ
ଓମାନକୁ ଟ୍ରମ୍ପଙ୍କ ଧମକ ; ଇରାନ ସହ ଚୁକ୍ତି କଲେ ଆକ୍ରମଣ କରିବୁ

ୱାଶିଂଟନ : ବିଶ୍ବରେ ଅସ୍ଥିରତା ସୃଷ୍ଟି କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଆଉ ଏକ ଦେଶକୁ ଧମକ ଦେଇଛନ୍ତି। ଏଥର ଟ୍ରମ୍ପ ଓମାନକୁ ଆଡ ଆଖିରେ ଚାହିଁଛନ୍ତି। ଇରାନ ସହ ଚୁକ୍ତି କଲେ ବୋମା ପକାଇ ଧ୍ବଂସ କରିଦେବୁ ବୋଲି କହିଛନ୍ତି। ହର୍ମୁଜ ପ୍ରଣାଳୀକୁ ନିୟନ୍ତ୍ରଣ ଓ ବାଣିଜ୍ୟ କାରବାର କରିବା ନିମନ୍ତେ କିଛି ସପ୍ତାହ ହେଲା ଇରାନ ଓ ଓମାନ ମଧ୍ୟରେ ଆଲୋଚନା ଜାରି ରହିଛି। ଉଭୟ ରାଷ୍ଟ୍ର ମଧ୍ୟ ଏହା ସ୍ବୀକାର କରିଛନ୍ତି। ତେବେ ଆମେରିକା ରାଷ୍ଟ୍ରପତି ଏହାକୁ ସହି ପାରୁନାହାନ୍ତି। ସୋମବାର ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ ହର୍ମୁଜକୁ ନେଇ ଇରାନ ସହ ଆମେରିକାର ଆଲୋଚନା ଜାରି ରହିଛି। ଯଦି ଏଥିରେ ଓମାନ ସମସ୍ୟା ସୃଷ୍ଟି କରେ ତେବେ ଛାଡ଼ିବୁ ନାହିଁ। ଓମାନକୁ ହର୍ମୁଜ ଦେଇ ମାର୍ଗ ମିଳିଲେ ଆମେ ବୋମାମାଡ଼ କରିବୁ। ଖାଲି ସେତିକି ନୁହେଁ, ଇରାନକୁ ଆତ୍ମସମର୍ପଣ କରିବା ପାଇଁ ଟ୍ରମ୍ପ ଧମକ ଦେଇଛନ୍ତି।
ସୌଜନ୍ୟ ସମାଜ




