ଖେଳଜାତୀୟ

କାହିଁକି ବୈଭବଙ୍କୁ ଖେଳାଇଲେନି ଗମ୍ଭୀର ? ସହାୟକ କୋଚ୍ କହିଲେ ବଡ କାରଣ

ରିୟାନ୍ କହିଛନ୍ତି ଯେ, ବୈଭବ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି । ଏଥିରେ କୌଣସି ସନ୍ଦେହ ନାହିଁ । ତେବେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିବା ଦଳ ଉଚିତ ମନେ କରିଥିଲା । ସେ ଦଳକୁ ବିଶ୍ୱକପ୍ ଜିତାଇଛନ୍ତି । ତିନି ମାସ ତଳେ ତାଙ୍କ ବ୍ୟାଟିଂ ପାଇଁ ଭାରତ ଚାମ୍ପିଅନ୍ ହୋଇଥିଲା ।

ନୁଆଦିଲ୍ଲୀ,୨୯|୦୬ଆୟରଲ୍ୟାଣ୍ଡଠୁ ସିରିଜ୍ ହାରିଛି ଭାରତ । ୧୦୫୦ ଦିନ ପରେ ଟି୨୦ ସିରିଜରେ ମାତ୍ ଖାଇଛି । ଶ୍ରେୟସ ଆୟରଙ୍କ ନୂଆ ନେତୃତ୍ୱ ବିଫଳ ହୋଇଛି । ଯାହାକୁ ନେଇ ଅନେକ ସମାଲୋଚନା କରାଯାଉଛି । ସମାଲୋଚନାର ସବୁଠୁ ବଡ କାରଣ ହେଲେ ବୈଭବ ସୂର୍ଯ୍ୟବଂଶୀ । ତାଙ୍କୁ ଦଳରେ ସାମିଲ କରାଯାଇଥିଲେ ମଧ୍ୟ ଚୂଡାନ୍ତ ଏକାଦଶରେ ଜାଗା ମିଳିନଥିଲା । ତେଣୁ ଭାରତର ଏପରି ଦଶା ବୋଲି ଫ୍ୟାନ୍ସ କହୁଛନ୍ତି । ଏସବୁ ଉପରେ ଦଳର ସହାୟକ କୋଚ୍ ରିୟାନ୍ ଟେନ୍ ଡଜହେଟ୍ ପ୍ରତିକ୍ରିୟା ରଖିଛନ୍ତି ।

ରିୟାନ୍ କହିଛନ୍ତି ଯେ, ବୈଭବ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି । ଏଥିରେ କୌଣସି ସନ୍ଦେହ ନାହିଁ । ତେବେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିବା ଦଳ ଉଚିତ ମନେ କରିଥିଲା । ସେ ଦଳକୁ ବିଶ୍ୱକପ୍ ଜିତାଇଛନ୍ତି । ତିନି ମାସ ତଳେ ତାଙ୍କ ବ୍ୟାଟିଂ ପାଇଁ ଭାରତ ଚାମ୍ପିଅନ୍ ହୋଇଥିଲା ।

ସେ ଆହୁରି କହିଛନ୍ତି ଯେ, ଆଇପିଏଲରେ ବୈଭବ ଭଲ ଖେଳିଛନ୍ତି । ଅରେଞ୍ଜ୍ କ୍ୟାପ୍ ଜିତିଛନ୍ତି । ଯାହା ତାଙ୍କର ଆତ୍ମବିଶ୍ୱାସକୁ ବୃଦ୍ଧି କରିଛି । ତାଙ୍କୁ ଦଳରେ ଦୀର୍ଘଦିନ ପାଇଁ ସୁଯୋଗ ମିଳିବା କଥା ଟିମ୍ ବିଚାର କରୁଛି । ସମସ୍ତେ ବୈଭବଙ୍କ ଖେଳ ଦେଖିବାକୁ ଅନାଇ ବସିଛନ୍ତି । କିନ୍ତୁ କିଛି ସୋପାନ ଦେଇ ଯିବାକୁ ପଡିବ ।

ସୂଚନାଯୋଗ୍ୟ, ଆଇପିଏଲରେ ବୈଭବ ୭୭୬ ରନ୍ ସ୍କୋର କରିଥିଲେ । ଏହାସହ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୨୩୦ ରହିଥିଲା । ସମସ୍ତ ବୋଲରଙ୍କୁ ସେ ନିର୍ଘାତ ମାଡ଼ ମାରିଥିଲେ । ଷ୍ଟାର୍ ବୋଲରମାନେ ବୈଭବଙ୍କ ବ୍ୟାଟ୍ ଆଗରେ ହାର୍ ମାନିଯାଇଥିଲେ ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button