ଖେଳଜାତୀୟ

ସଚିନଙ୍କ ପାଇଁ ବୈଭବଙ୍କୁ ମିଳିଲାନି ସୁଯୋଗ ! ଗୁମର ଖୋଲିଦେଲେ ପୂର୍ବତନ ସେନା ଅଧିକାରୀ

ତେବେ ସବୁଠୁ ବଡ କଥା ହେଲା ବୈଭବ ସୂର୍ଯ୍ୟବଂଶୀଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ ନକରାଯିବା । ତାଙ୍କୁ ଆୟରଲ୍ୟାଣ୍ଡ ବିପକ୍ଷ ଟି୨୦ ସିରିଜରେ ସ୍ଥାନ ମିଳିଥିଲା । ହେଲେ କେବଳ ସେ ବେଞ୍ଚରେ ବସିଥିଲେ । ଯାହାକୁ ନେଇ ନାନା ପ୍ରତିକ୍ରିୟା ପ୍ରକାଶ ପାଉଛି ।

ନୁଆଦିଲ୍ଲୀ,୨୯|୦୬:ଆୟର୍ଲ୍ୟାଣ୍ଡଠାରୁ ଟି୨୦ ସିରିଜ୍ ହାରିଛି ଟିମ୍ ଇଣ୍ଡିଆ । ନୂଆ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱକୁ ଲାଗିଛି ବଡ ଝଟକା । ଫେଲ୍ ମାରିଛି କୋଚ୍ ଗୌତମ ଗମ୍ଭୀରଙ୍କ ଗେମ୍ ପ୍ଲାନ୍ । ଫଳରେ ୧୦୫୦ ଦିନ ପରେ କୌଣସି ଟି୨୦ ସିରିଜରେ ଦଳ ପରାସ୍ତ ହୋଇଛି । ଯାହାକୁ ନେଇ ସବୁଠି ସମାଲୋଚନା । କାରଣ ଦଳର ବ୍ୟାଟସମ୍ୟାନ୍ ସମ୍ପୂର୍ଣ୍ଣ ଭାବେ ଫେଲ୍ ହୋଇଛନ୍ତି । ଜଣେ ଦି ଜଣଙ୍କୁ ଛାଡିଦେଲେ କାହାରି ବ୍ୟାଟ୍ ଚାଲିନି ।

ତେବେ ସବୁଠୁ ବଡ କଥା ହେଲା ବୈଭବ ସୂର୍ଯ୍ୟବଂଶୀଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ ନକରାଯିବା । ତାଙ୍କୁ ଆୟରଲ୍ୟାଣ୍ଡ ବିପକ୍ଷ ଟି୨୦ ସିରିଜରେ ସ୍ଥାନ ମିଳିଥିଲା । ହେଲେ କେବଳ ସେ ବେଞ୍ଚରେ ବସିଥିଲେ । ଯାହାକୁ ନେଇ ନାନା ପ୍ରତିକ୍ରିୟା ପ୍ରକାଶ ପାଉଛି ।

ବୈଭବ ସୂର୍ଯ୍ୟବଂଶୀ ହେଲେ ଭାରତୀୟ ଦଳର ଜଣେ ଖାସ୍ ଖେଳାଳି । ସେ ମାତ୍ର ୧୫ ବର୍ଷରେ ସିନିୟର ଟିମରେ ସାମିଲ ହୋଇଛନ୍ତି । ଆଇପିଏଲରେ ସେ ଧୂଆଁଧାର ବ୍ୟାଟିଂ କରି ଅରେଞ୍ଜ୍ କ୍ୟାପ୍ ଜିତିଥିଲେ । ଯାହା ଫଳରେ ତାଙ୍କୁ ଜାଗା ମିଳିଥିଲା । କିନ୍ତୁ ତାଙ୍କୁ ଟିମରେ ସାମିଲ କରି ସୁଯୋଗ ନଦେବା ଉପରେ ଅନେକ ବର୍ଷିଛନ୍ତି ।

ଭାରତୀୟ ସେନାର ଜଣେ ପୂର୍ବତନ ଅଧିକାରୀ ଏପ୍ରସଙ୍ଗରେ ଗୌତମ ଗମ୍ଭୀରଙ୍କୁ କଡା ସମାଲୋଚନା କରିଛନ୍ତି । ସେ ଏଥିରେ ସଚିନ ତେନ୍ଦୁଲକରଙ୍କୁ ଟାଣିଛନ୍ତି । ମେଜର୍ ଜେନେରାଲ ହର୍ଷା କକର ନାମକ ଜଣେ ପୂର୍ବତନ ସେନା ଅଧିକାରୀ ଏକ୍ସରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ।

ହର୍ଷ ଲେଖିଛନ୍ତି ଯେ, ବୈଭବଙ୍କୁ ୨୦୨୭ ମାର୍ଚ୍ଚ ମାସରେ ହିଁ ସୁଯୋଗ ମିଳିବ । ନଚେତ୍ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଯିବ । ଗମ୍ଭୀର ଯାହା କରୁଛନ୍ତି ତାହା ସବୁ ମିଛ । ବରିଷ୍ଠ ଖେଳାଳିମାନେ କେବେ ସେମାନଙ୍କ ରେକର୍ଡ ଭାଙ୍ଗୁ ବୋଲି ଚାହିଁ ନଥାନ୍ତି । ଏହାସହ ଗମ୍ଭୀର କାହିଁକି ଏକ ମ୍ୟାନେଜରର ଭୂମିକା ନେଉଛନ୍ତି ବୋଲି ପୂର୍ବତନ ସେନା ଅଧିକାରୀ ବିସିସିଆଇକୁ ପଚାରିଛନ୍ତି । ଏହାସହ ଗମ୍ଭୀର ଏବେ କୌଣସି ସ୍କୁଲ୍ କ୍ରିକେଟ୍ ଟିମରେ କୋଚିଂ ଦିଅନ୍ତୁ ବୋଲି ସେ କହିଛନ୍ତି ।

ଏତତ୍ ବ୍ୟତୀତ ଅନେକ ଫ୍ୟାନ୍ସ ଏବଂ ୟୁଟ୍ୟୁବର ମଧ୍ୟ ବିସିସିଆଇର ପ୍ଲେଇଂ ଇଲେଭେନ୍ ସିଲେକ୍ସନକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ବିସିସିଆଇ କେବଳ ବୈଭବଙ୍କ ନାଁକୁ ଟିକେଟ୍ ବିକ୍ରି ଉଦ୍ଦେଶ୍ୟରେ ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି ।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button