ରାଜ୍ୟ

ଖସାପଡ଼ା ଲାଗି ନୀତି ପାଇଁ ଆଜି ୪ ଘଣ୍ଟା ଦର୍ଶନ ବନ୍ଦ

ପୁରୀ : ସୋମବାର ଶ୍ରାବଣ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିରରେ ଆପାତତଃ ସନ୍ଧ୍ୟା ୬ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସୂଚନା ମୁତାବକ, ଶ୍ରୀମନ୍ଦିରରେ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଦଇତାପତି ସେବକମାନେ ରତ୍ନସିଂହାସନ ଉପରେ ଚଢ଼ି ଚାରିଘଣ୍ଟା ଧରି ମହାପ୍ରଭୁଙ୍କ ଏହି ଗୁପ୍ତନୀତି ସମ୍ପାଦନ କରିବେ। ଖସାପଡ଼ା ନୀତି ଶ୍ରୀଜୀଉମାନଙ୍କର ଶ୍ରୀପୟର ସୁରକ୍ଷା ଲାଗି କରାଯାଇଥାଏ। ଏହି ନୀତିରେ ମହାପ୍ରଭୁଙ୍କ ଶ୍ରୀପୟରକୁ ଧଳା କପଡାରେ ଘୋଡ଼ାଇ ଦିଆଯାଏ। ବର୍ଷରେ ଦୁଇରୁ ତିନିଥର ଏହି ନୀତି ସମ୍ପାଦନ କରାଯାଇଥାଏ।
ସୋମବାର ଖସାପଡ଼ା ନୀତି ଅନୁଷ୍ଠିତ ହେବ ବୋଲି ଦଇତାପତି ସେବାୟତମାନେ ସୂଚନା ଦେଇଛନ୍ତି। ଖସାପଡା ନୀତି ଶେଷ ପରେ ନୀତିକାନ୍ତି ପୂର୍ବ ଭଳି ଆଗକୁ ବଢ଼ିବା ସହ ସାଧାରଣ ଦର୍ଶନ ଆରମ୍ଭ ହେବ।

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button