ରାଜ୍ୟ

ବାମାପଦ ତ୍ରିପାଠୀ ‘ସମାଜ’ର ନୂଆ ସମ୍ପାଦକ

କଟକ : ବରିଷ୍ଠ ସାମ୍ବାଦିକ ବାମାପଦ ତ୍ରିପାଠୀ ‘ସମାଜ’ର ନୂତନ ସମ୍ପାଦକ ଭାବେ ରବିବାର ଅପରାହ୍ଣରେ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ବିଦାୟୀ ସମ୍ପାଦକ ତପନ ମିଶ୍ରଙ୍କଠାରୁ ଦାୟିତ୍ବ ଗ୍ରହଣ କରିଥିଲେ। ଗୋପବନ୍ଧୁ ଭବନରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ସଭାପତି ତଥା ‘ସମାଜ’ ପରିଚାଳନା ବୋର୍ଡ ଅଧ୍ୟକ୍ଷ ରାଜକୁମାର ଜୀ ଅଧ୍ୟକ୍ଷତା କରି ଶ୍ରୀ ମିଶ୍ରଙ୍କ ୨ ବର୍ଷର କାର୍ଯ୍ୟକାଳକୁ ପ୍ରଶଂସା କରିଥିଲେ। ତାଙ୍କ କାର୍ଯ୍ୟ ‘ସମାଜ’ ପାଇଁ ଅମୂଲ୍ୟ ପୁଞ୍ଜି ହୋଇ ରହିବ ବୋଲି ସେ କହିଥିଲେ। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ ମୁଖ୍ୟ ପ୍ରଶାସନିକ ଅଧିକାରୀ ରମାନାଥ ଝା କହିଲେ, ‘ସମାଜ’କୁ ସଫଳତା ଆଣିବାରେ ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ନିରବଚ୍ଛିନ୍ନ ପ୍ରୟାସରେ ଶ୍ରୀ ମିଶ୍ର ଅଗ୍ରଣୀ ଭୂମିକା ନେଇଥିଲେ। ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ରାଜେନ୍ଦ୍ର ଜେନା ବିଦାୟୀ ସମ୍ପାଦକ ଶ୍ରୀ ମିଶ୍ରଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିବା ସହ ନୂତନ ସମ୍ପାଦକ ଶ୍ରୀ ତ୍ରିପାଠୀଙ୍କୁ ସ୍ବାଗତ କରି ‘ସମାଜ’କୁ ଆଗକୁ ନେବାରେ ସେ ସକ୍ରିୟ ଭୂମିକା ନିର୍ବାହ କରିବେ ବୋଲି ଆଶାପ୍ରକାଶ କରିଥିଲେ। ‘ସମାଜ’ର ମୁଖ୍ୟ ପରିଚାଳକ ଗୋପୀନାଥ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button