ଅପରାଧଜିଲ୍ଲାରାଜ୍ୟ

ଚେନ୍ନାଇ ଗ୍ୟାସ୍ ଲିକ୍ ଘଟଣା : ପହଁଚିଲେ ଓଡିଶା ଟିମ୍, ଆହତ ଶ୍ରମିକଙ୍କ ସ୍ୱାସ୍ଥ୍ୟର କରିବେ ସମୀକ୍ଷା

ରାଜେଶ ଅଗ୍ରଓ୍ୱାଲ କହିଛନ୍ତି ଯେ, ଜଣେ ଶ୍ରମିକଙ୍କ ମୃତଦେହ ରବିବାର ରାତିରେ ଚେନ୍ନାଇକୁ ସ୍ଥାନାନ୍ତର କରାଯାଇଥିବା ବେଳେ ତାଙ୍କର ବ୍ୟବଚ୍ଛେଦ (ପୋଷ୍ଟମର୍ଟମ) କରାଯିବ। ଓଡ଼ିଶା ଟିମର ସଦସ୍ୟ ଶ୍ରୀ ଏମ୍.ଏମ୍. ପାଇକ ଚେନ୍ନାଇରେ ରହି ଯୁଗ୍ମ ଶ୍ରମ ଆୟୁକ୍ତ ଏବଂ ସରକାରୀ ମେଡିକାଲ କଲେଜ ହସ୍ପିଟାଲର ଅଧିକାରୀମାନଙ୍କ ସହ ସମନ୍ୱୟ ରକ୍ଷା କରି ପୋଷ୍ଟମର୍ଟମ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ସମ୍ପାଦନ କରିବେ।

ଚେନ୍ନାଇ,|୦୬ଚେନ୍ନାଇରେ ପହଁଚିଲେ ଓଡିଶା ଟିମ୍ । ଚେନ୍ନାଇରେ ଘଟିଥିବା ଗ୍ୟାସ ଲିକ୍ ଘଟଣା ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ଟିମ୍ ଚେନ୍ନାଇରେ ପହଞ୍ଚିଥିବା ସୂଚନା ମିଳିଛି। ଟିମର ନେତୃତ୍ୱ ନେଉଛନ୍ତି ଶ୍ରମ ଓ ଇଏସଆଇ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ରାଜେଶ ଅଗ୍ରୱାଲା ।

ରାଜେଶ ଅଗ୍ରଓ୍ୱାଲା କହିଛନ୍ତି ଯେ, ଜଣେ ଶ୍ରମିକଙ୍କ ମୃତଦେହ ରବିବାର ରାତିରେ ଚେନ୍ନାଇକୁ ସ୍ଥାନାନ୍ତର କରାଯାଇଥିବା ବେଳେ ତାଙ୍କର ବ୍ୟବଚ୍ଛେଦ (ପୋଷ୍ଟମର୍ଟମ) କରାଯିବ। ଓଡ଼ିଶା ଟିମର ସଦସ୍ୟ ଶ୍ରୀ ଏମ୍.ଏମ୍. ପାଇକ ଚେନ୍ନାଇରେ ରହି ଯୁଗ୍ମ ଶ୍ରମ ଆୟୁକ୍ତ ଏବଂ ସରକାରୀ ମେଡିକାଲ କଲେଜ ହସ୍ପିଟାଲର ଅଧିକାରୀମାନଙ୍କ ସହ ସମନ୍ୱୟ ରକ୍ଷା କରି ପୋଷ୍ଟମର୍ଟମ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ସମ୍ପାଦନ କରିବେ।

ସେହିପରି ରାଜେଶ ଅଗ୍ରୱାଲା ଏବଂ ଶ୍ରୀ ବି.ବି. ଆଚାର୍ଯ୍ୟ ଚେନ୍ନାଇରେ ପହଞ୍ଚିବା ପରେ ତିରୁଭାଲ୍ଲୁର ଅଭିମୁଖେ ଯିବେ। ସେଠାରେ ଚିକିତ୍ସାଧୀନ ଆହତ ଶ୍ରମିକମାନଙ୍କ ସ୍ୱାସ୍ଥ୍ୟାବସ୍ଥାର ସମୀକ୍ଷା କରାଯିବ। କେତେକ ଆହତଙ୍କ ଅବସ୍ଥା ଏପର୍ଯ୍ୟନ୍ତ ସଙ୍କଟାପନ୍ନ ରହିଛି। ଅନ୍ୟ ଜଣେ ଶ୍ରମିକଙ୍କ ମୃତଦେହ ମଧ୍ୟ ବର୍ତ୍ତମାନ ତିରୁଭାଲ୍ଲୁରରେ ରହିଛି।

ଏତତ୍ ବ୍ୟତୀତ ପ୍ରାୟ ୧୩୦ ଜଣ ଶ୍ରମିକଙ୍କୁ ନିକଟସ୍ଥ ଏକ ମଣ୍ଡପ/କମ୍ୟୁନିଟି ହଲରେ ରଖାଯାଇଛି। ସେମାନଙ୍କ ପାଇଁ ଖାଦ୍ୟ ଏବଂ ଅନ୍ୟାନ୍ୟ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଚେନ୍ନାଇ ଏବଂ ତିରୁଭାଲ୍ଲୁରର ବରିଷ୍ଠ ଶ୍ରମ ବିଭାଗୀୟ ଅଧିକାରୀମାନଙ୍କ ସହ ଯୋଗାଯୋଗ ସ୍ଥାପିତ ହୋଇଥିବାବେଳେ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ଜାରି ରହିଛି। ଅନ୍ୟ ଦିଗରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ମଧ୍ୟ ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତିl

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button