ମନୋରଞ୍ଜନ

ନା-ମଙ୍ଗଳସୁତ୍ର ନା-ସିନ୍ଦୁର, ନାଲି ବନାରସୀ ଶାଢୀରେ ଚମକିଲେ ଅଂଶୁଲା; ପାର୍ଟିରେ ତାରକାଙ୍କ ଜଲୱା

କପୁର ପରିବାରର ଲାଡଲୀ ଅଂଶୁଲା କପୁର। ତାଙ୍କ ବିବାହ ଜୁଲାଇ ୬ ତାରିଖରେ ଗ୍ରାଣ୍ଡ ଅନ୍ଦାଜରେ ହୋଇଥିଲା। ମଙ୍ଗଳବାର ଦିନ ମୁମ୍ବାଇର ଏକ ପଞ୍ଚତାରକା ହୋଟେଲରେ ନବବିବାହିତ ଦମ୍ପତିଙ୍କ ରିସେପ୍ସନ ଅନୁଷ୍ଠିତ ହୋଇଥିଲା।

ଫିଲ୍ମ ଷ୍ଟାରମାନେ ମଧ୍ୟ ଆଫ୍ଟର-ପାର୍ଟିରେ ନଜର ଆଥିଲେ। କପୁର ପରିବାରର ସମସ୍ତ ସଦସ୍ୟଙ୍କୁ ସେଠାରେ ଦେଖିବାକୁ ମିଳିଥିଲା। ଘରର ମହିଳାମାନେ ସେମାନଙ୍କର ଫ୍ୟାଶନ ସେନ୍ସ ପ୍ରଦର୍ଶନ କରିଥିଲେ। ଅଂଶୁଲା ଇନଷ୍ଟାଗ୍ରାମରେ ତାଙ୍କର ଲୁକ୍ ସେୟାର କରିଥିଲେ।

ଅଂଶୁଲା ଏକ ଲାଲ ବନାରସୀ ଶାଢ଼ି ପିନ୍ଧିଥିଲେ। ତାଙ୍କ ପୋଷ୍ଟରେ ଅଂଶୁଲା ଉଲ୍ଲେଖ କରିଥିଲେ ଯେ ଏହା ଜଣେ ବିବାହିତ ମହିଳା ଭାବରେ ତାଙ୍କର ପ୍ରଥମ ସେଲିବ୍ରେସନ। ସେ ଏହି ବିଶେଷ ଦିନ ପାଇଁ ଏକ ସିନ୍ଦୁର ଲାଲ ପୋଷାକ ବାଛିଥିଲେ।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button