Anshula-Reception କପୁର ପାର୍ଟି ବବିଙ୍କ ଜଲୱା, ବୋଲ୍ଡ ଲୁକ୍ରେ ନଜର ଆସିଲେ ଜାହ୍ନବୀ; ଲାଇମ୍ ଲାଇଟ୍ ଲୁଟିଲେ ରେଖା

ମୁମ୍ଵାଇ ୦୮।୦୭; ବୋନି କପୁରଙ୍କ ଲାଡଲୀ ଝିଅ ଅଂଶୁଳା କପୁର । ଏବେ ସେ ବିବାହ ବନ୍ଧନରେ ବାନ୍ଧି ହୋଇ ଜୀବନର ଏକ ନୂଆ ଯାତ୍ରା ଆରମ୍ଭ କରିଛନ୍ତି। ଜୁଲାଇ ୬ ତାରିଖରେ ଅଂଶୁଲା ତାଙ୍କ ଲଙ୍ଗ ଟାଇମ ବୟଫ୍ରେଣ୍ଡ ରୋହନ ଠକ୍କର ସହ ସାତଫେରା ନେଇଛନ୍ତି।
ଜୁଲାଇ ୭ ତାରିଖରେ ଅଂଶୁଳା ଏବଂ ରୋହନଙ୍କ ଗ୍ରାଣ୍ଡ ରିସେପ୍ସନ ପାର୍ଟି ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ପ୍ରମୁଖ ସେଲିବ୍ରିଟି ଯୋଗ ଦେଇଥିଲେ।
ଜ୍ୟାକି ଶ୍ରଫ୍ ନବବିବାହିତ ଦମ୍ପତିଙ୍କୁ ଆଶୀର୍ବାଦ ଦେବା ପାଇଁ ସେଠାରେ ପହଞ୍ଚିଥିଲେ। ରିସେପ୍ସନରେ ଜଗ୍ଗୁ ଦାଦାଙ୍କୁ ଦେଖି ଅଂଶୁଳା ବହୁତ ଖୁସି ହୋଇଥିଲେ।
ତାଙ୍କ ବଡ଼ ଭଉଣୀଙ୍କ ରିସେପ୍ସନରେ ଜାହ୍ନବୀଙ୍କ ବୋଲ୍ଡ ଲୁକ୍ ନଜର ଆସିଥିଲେ। ସେ ବ୍ୟାକଲେସ୍ ବ୍ଲାଉଜ୍ ସହିତ ଏକ ବନାରସୀ ଶାଢ଼ି ପିନ୍ଧିଥିଲେ। ଜାହ୍ନବୀଙ୍କ ଲୁକ୍ ଆକର୍ଷଣୀୟ ଥିଲା, ଶାଢ଼ି ଏବଂ ବ୍ୟାକଲେସ୍ ବ୍ଲାଉଜ୍ ରେ ଗ୍ଲାମରସ୍ ଦେଖାଯାଉଥିଲା।
ଏହି ପାର୍ଟିରେ ଶନାୟା କପୁରଙ୍କୁ ଏକ ଇଣ୍ଡୋ-ୱେଷ୍ଟର୍ଣ୍ଣ ପୋଷାକରେ ଦେଖିବାକୁ ମିଳିଥିଲା। ତାଙ୍କର ସଟଲ ମେକଅପ୍ ଏବଂ ହେୟାର୍ ବନ୍ ତାଙ୍କ ଲୁକ୍କୁ କମ୍ପଲିଟ କରିଥିଲା।
ଅର୍ଜୁନ କପୁରଙ୍କୁ ତାଙ୍କ ସାନ ଭଉଣୀଙ୍କ ରିସେପ୍ସନରେ କୁର୍ତ୍ତା ପାଇଜାମା ପିନ୍ଧିଥିବା ଦେଖିବାକୁ ମିଳିଥିଲା। ରିସେପ୍ସନରେ, ଅର୍ଜୁନ ପାପାରାଜିମାନଙ୍କୁ ମିଠା ବାଣ୍ଟି ଖୁସି ମନାଉଥିବାର ନଜର ଆସିଥିଲେ।
ରିସେପ୍ସନ ପାର୍ଟିରେ, ଡ୍ୟାସିଂ ଅଭିନେତା ଅନିଲ କପୁରଙ୍କୁ କଳା ସୁଟ୍ରେ ଦେଖିବାକୁ ମିଳିଥିଲା। ସବୁବେଳେ ପରି, ତାଙ୍କର ଏନର୍ଜି ଓ ଲୁକ୍ ଦମଦାର ଥିଲା।
ରକୁଲ ପ୍ରୀତ ସିଂହ ଏବଂ ଜ୍ୟାକି ଭଗନାନୀ ମଧ୍ୟ କପୁର ପରିବାରର ଉତ୍ସବରେ ଯୋଗ ଦେଇଥିଲେ। ଏହି ଦମ୍ପତି ସେମାନଙ୍କ ଲୁକ୍ ସହିତ ପ୍ରଶଂସକମାନଙ୍କୁ ମନ ଜିଣିଥିଲେ।
ରିତେଶ ଦେଶମୁଖ ଏବଂ ଜେନେଲିଆ ଡିସୁଜା ଅଂଶୁଲାଙ୍କ ରିସେପ୍ସନରେ ଯୋଗ ଦେଇଥିଲେ। ପ୍ରଶଂସକମାନେ ସେମାନଙ୍କ ପ୍ରିୟ ଯୋଡିକୁ ଦେଖି ଖୁସି ହୋଇଥିଲେ।
ଏଭରଗ୍ରୀନ୍ ଅଭିନେତ୍ରୀ ରେଖା ଏଣ୍ଟ୍ରି କରିବା ମାତ୍ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଏକ ଗୋଲ୍ଡେନ୍ ଶାଢୀରେ ଚମତ୍କାର ଲାଗୁଥିଲେ ।
ତାଙ୍କ ଝିଅଙ୍କ ରିସେପ୍ସନରେ ବୋନି କପୁରଙ୍କ କୁଲ୍ ଲୁକ୍ ଦେଖିବାକୁ ମିଳିଥିଲା। ତାଙ୍କ ସୁଟ୍ ଏବଂ ବୁଟ୍ ଯୋଗୁଛ ସେ ଏଲିଗାଣ୍ଟ ନଜର ଆସୁଥିଲେ।
ସଞ୍ଜୟ କପୁର ତାଙ୍କ ପୁଅ ଜାହାନ କପୁରଙ୍କ ସହିତ ରିସେପ୍ସନ ପାର୍ଟିରେ ଏଣ୍ଟ୍ରି କରିଥିଲେ। ବାପ-ପୁଅ ଯୋଡ଼ି ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଥିଲା।
ଅଂଶୁଲା ଏବଂ ରୋହନଙ୍କ ଏହି ପାର୍ଟିରେ ବବି ଦେଓଲ ମଧ୍ୟ କିଲର ଲୁକ୍ରେ ନଜର ଆସିଥିଲେ । ରିସେପ୍ସନରେ ତାଙ୍କର ଶୈଳୀ ଦେଖିବା ଯୋଗ୍ୟ ଥିଲା।
ସୌଜନ୍ୟ Prameya News7




