ହସ୍ପିଟାଲରୁ ଲାପ୍‌ଟପ୍‌ ଚୋରି: ଏନ୍‌ଟିପିସି ମେଡିକାଲ କଲେଜ ମ୍ୟାନେଜର ଗିରଫ

ରାଉରକେଲା: ଲାପ୍‌ଟପ୍‌ ଚୋରି ଘଟଣାରେ ସୁନ୍ଦରଗଡ଼ ଏନ୍‌ଟିପିସି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ମ୍ୟାନେଜର ରଶ୍ମିରଞ୍ଜନ ସାହୁଙ୍କୁ ଛତିଶଗଡ଼ର ରାୟପୁର ପୁଲିସ ଗିରଫ କରିଛି। ରାୟପୁର ପୁଲିସଟିମ୍‌ ସୁନ୍ଦରଗଡ଼ ଟାଉନ ପୁଲିସ ସହାୟତାରେ ମେଡିକାଲ ପରିସରରୁ ରଶ୍ମିରଞ୍ଜନକୁ ଉଠାଇ ନେଇଥିଲା। ଗତକାଲି ଅପରାହ୍‌ଣ ପ୍ରାୟ ଦେଢ଼ଟାରେ ରାୟପୁର ପୁଲିସ ସୁନ୍ଦରଗଡ଼ରେ ପହଞ୍ଚିଥିଲା। ରଶ୍ମିରଞ୍ଜନ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଚାକିରି କରିଥିଲେ।

ଘରୋଇ ହସ୍ପିଟାଲର ପକ୍ଷରୁ ତାଙ୍କୁ କୁଆଡ଼େ ତିନି ମାସର ଦରମା ମିଳି ନଥିଲା। ଦରମା ନ ମିଳିବାରୁ ସେ ହସ୍ପିଟାଲରୁ ଦାମୀ ଲାପ୍‌ଟପ୍‌ ଚୋରି କରି ଫେରାର ହୋଇଯାଇଥିଲେ। ହସ୍ପିଟାଲ ପକ୍ଷରୁ ତାଙ୍କ ନାଁରେ ରାୟପୁର ଥାନାରେ ଲିଖିତ ଦିଆଯାଇଥିଲା।
ଘରୋଇ ହସ୍ପିଟାଲର ପକ୍ଷରୁ ତାଙ୍କୁ କୁଆଡ଼େ ତିନି ମାସର ଦରମା ମିଳି ନଥିଲା। ଦରମା ନ ମିଳିବାରୁ ସେ ହସ୍ପିଟାଲରୁ ଦାମୀ ଲାପ୍‌ଟପ୍‌ ଚୋରି କରି ଫେରାର ହୋଇଯାଇଥିଲେ। ହସ୍ପିଟାଲ ପକ୍ଷରୁ ତାଙ୍କ ନାଁରେ ରାୟପୁର ଥାନାରେ ଲିଖିତ ଦିଆଯାଇଥିଲା। ଲାପ୍‌ଟପ୍‌ ଚୋରି କରିବାର କିଛି ମାସ ପରେ ଆଉଟ୍‌ସୋର୍ସିଂ ସଂସ୍ଥା ଜରିଆରେ ସେ ସୁନ୍ଦରଗଡ଼ ଏନ୍‌ଟିପିସି ମେଡିକାଲ କଲେଜ ମ୍ୟାନେଜର ଭାବେ ନିଯୁକ୍ତି ପାଇଥିଲେ।
ସୌଜନ୍ୟ-ସମ୍ୱାଦ

Show More
Back to top button