ରାଜ୍ୟ
Gambling Den Raid: ଜୁଆ ଆଡ୍ଡାରେ ପୁଲିସର ରେଡ୍, ୭୦ ଗିରଫ, ୧୨ ଲକ୍ଷ ଟଙ୍କା ସହ ୯ କାର୍ ଓ ୧୨ ବାଇକ୍ ଜବତ

ଧରାପଡ଼ିଥିବା ବ୍ୟକ୍ତିମାନଙ୍କ ବିରୋଧରେ ତଦନ୍ତ ପରେ ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି କହିଛନ୍ତି ଆଦର୍ଶ ଥାନାଧିକାରୀ । ଧରା ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ପ୍ରାୟ ୫୦ ଜଣ ଆନ୍ଧ୍ରପ୍ରଦେଶର ଥିବାବେଳେ ସେମାନଙ୍କ ମଧ୍ୟରୁ କିଛି ଜଣ ସରକାରୀ ଚାକିରି ମଧ୍ୟ କରୁଥିବା ଆଲୋଚନା ହେଉଛି । ଯେହେତୁ ଓଡ଼ିଶା, ଆନ୍ଧ୍ରପ୍ରଦେଶର ଲୋକମାନେ ଏଥିରେ ସମ୍ପୃକ୍ତ ତେଣୁ ଏହି ବଡ଼ଧରଣର ଜୁଆ ଆଡ୍ଡା କେଉଁମାନେ ଚଲାଉଥିଲେ, ଏହା ପଛର ମାଷ୍ଟର୍ମାଇଣ୍ଡ୍ କିଏ ସେନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଏଥିରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ ସେ ନେଇ ମଧ୍ୟ ତଦନ୍ତ କରୁଛି ପୁଲିସ ।
ସୌଜନ୍ୟ ପ୍ରମେୟ




