ମହାନଗର
ପରିବା ଦର ଆକାଶଛୁଆଁ: ପରିବା ବଦଳରେ କାଉଁରିଆ ଗଛ ପତ୍ର ଖାଉଛନ୍ତି ସାଲିଆ ସାହିର ଲୋକେ

ଭୁବନେଶ୍ୱର ୧୮/୦୮: ପରିବା ଦର ଆକାଶଛୁଆଁ। ବଜାରରେ ଦର ବଢ଼ିବାରୁ ଗରିବ ପରିବାରଙ୍କ ପାଇଁ ପରିବା କିଣିବା କଷ୍ଟକର ହୋଇପଡ଼ିଛି। ଏଭଳି ସ୍ଥିତିରେ ପରିବା ବଦଳରେ କାଉଁରିଆ ଗଛର ପତ୍ରକୁ ଖାଦ୍ୟ ଭାବେ ବ୍ୟବହାର କରୁଥିବା ଚିତ୍ର ସାମ୍ନାକୁ ଆସିଛି ଭୁବନେଶ୍ୱରର ସାଲିଆ ସାହିରୁ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବଜାରରେ ଜହ୍ନି କିଲୋ ପିଛା ପ୍ରାୟ ୯୦ ଟଙ୍କା, ବାଇଗଣ ୯୦ ଟଙ୍କା, ଛୁଇଁ ୧୦୦ କିଣାରେ ୧୨୦ ରେ ବିକ୍ରି ହେଉଛି। କୋଶଳା ବିଡ଼ା ୧୫ ଟଙ୍କା, କାକୁଡି ୬୦ ଟଙ୍କା ରହିଛି। ଦର ଦାମ୍ ଅଧିକ ହୋଇଥିବାରୁ ଏହା କିଣିବା ସମ୍ଭବ ହେଉନାହିଁ। ତେଣୁ ଗଛର ପତ୍ର ଏବେ ସେମାନଙ୍କ ଖାଦ୍ୟର ଅଂଶ ପାଲଟିଛି।“ପରିବା ନୁହେଁ, ପତ୍ର ଖାଉଛନ୍ତି” ଏଭଳି ଭାବେ ନିଜ ଅସହାୟତା ବ୍ୟକ୍ତ କରିଛନ୍ତି ସାଲିଆ ସାହିର କିଛି ବାସିନ୍ଦା। କାଉଁରିଆ ଗଛର ପତ୍ରକୁ ପରିବା ଭାବେ ରୋଷେଇ କରି ଖାଉଥିବା ସେମାନେ କହିଛନ୍ତି।
ସୌଜନ୍ୟ ପ୍ରମେୟ




