ଖବର ଅନୁଯାୟୀ, ସୋମବାର ରାତି ପ୍ରାୟ ୧୦ଟା ସମୟରେ ଖାଇବା ପରେ ବେଡ୍ରୁମ୍ରେ ଶୋଇଥିଲା। ମଙ୍ଗଳବାର ସକାଳ ୫ଟା ସମୟରେ ନିଜ ସୋସିଆଲ୍ ମିଡିଆରେ ଏକ ରିଲ୍ସ ପୋଷ୍ଟ କରିଥିଲେ। ପରିବାର ଲୋକ ସକାଳୁ ସକାଳୁ ବହୁ ଡାକିଥିଲେ କିନ୍ତୁ ଘର ଭିତରୁ କୌଣସି ଉତ୍ତର ମିଳିନଥିଲା । ଶେଷରେ ଘରେ ଝୁଲିଥିବା ଫ୍ୟାନ୍ରେ ସେ ଝୁଲୁଥିବାର ଦେଖିଥିଲେ ପରିବାର ଲୋକେ । ଏହାପରେ ତୁରନ୍ତ ଉଦ୍ଧାର କରି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ମୃତ ରାଜୀବ ଭୁବନେଶ୍ୱରର ଏକ ଝିଅକୁ ଭଲ ପାଉଥିଲେ । ସୋସିଆଲ ମିଡିଆରୁ ଉଭୟଙ୍କ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । ସାତ ବର୍ଷ ଧରି ଉଭୟ ଉଭୟଙ୍କୁ ଭଲ ପାଉଥିଲେ । ରାଜୀବ ପ୍ରେମିକାକୁ ବିବାହ ପାଇଁ କହିଥିଲେ । ଏପିରିକି କୋର୍ଟ ମ୍ୟାରେଜ୍ କରିବାକୁ ମଧ୍ୟ କହିଥିଲେ । ନିଜ ଘରକୁ ବୋହୂ କରି ଆଣିବାକୁ ପ୍ରସ୍ତାବ ଦେଇଥିଲେ । ବାରମ୍ବାର ପ୍ରେମିକାକୁ ନିଜ ପ୍ରସ୍ତାବରେ ରାଜି କରିବାକୁ ଚେଷ୍ଟା କରିଥିଲେ । ହେଲେ ଏଥିରେ ବିଫଳ ହୋଇଥିଲେ ରାଜିବ । ପ୍ରେମିକା ବିବାହ ପାଇଁ ମନା କରିଦେଇଥିଲା । ଯାହାକୁ ନେଇ ମାନସିକ ଚିନ୍ତାରେ ଥିଲେ ରାଜୀବ । ସାତ ବର୍ଷରେ ଆଖି ଆଗରେ ଭାଙ୍ଗି ଚୁରମାର ହୋଇଯାଉଛି । ଯାହାକୁ ସହ୍ୟ କରିପାରୁନଥିଲା ରାଜିବ । ଶେଷରେ ବେକରେ ଗାମୁଛା ଲଗାଇ ଫ୍ୟାନରେ ଝୁଲିପଡିଛନ୍ତି ରାଜୀବ । ପୋଲିସ ଏହି ଘଟଣାରେ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପରିବାର ଲୋକ ଦାବି କରିଛନ୍ତି । ଏହା ପ୍ରେମ ଜନିତ ଆତ୍ମହତ୍ୟା ବୋଲି ପରିବାର ଲୋକେ ଦାବି କରିଛନ୍ତି ।
ସୌଜନ୍ୟ Prameya News7
