ମାହାଙ୍ଗା: ପଣସପୁର ପଞ୍ଚାୟତର ଅକରପଡ଼ାରେ ସୋମବାର ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡ ସାରା ଅଞ୍ଚଳରେ ଚର୍ଚ୍ଚାର କାରଣ ପାଲଟିଥିଲା। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ପୁତୁରା ବୋହୂ ସ୍ବର୍ଣ୍ଣଲତା ସାହୁଙ୍କୁ ତାଙ୍କ ଦାଦା ଶଶୁର ବିଲରେ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିଲା। ଏହି ମାମଲାରେ ଅଭିଯୁକ୍ତ ଦାଦା ଶ୍ବଶୁର ଚନ୍ଦ୍ରମଣି ସାହୁକୁ ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ହେଲେ ଏହାରି ମଧ୍ୟରେ ଘଟଣାରେ ଆସିଛି ଆଉ ଏକ ଦୁଃଖଦ ଖବର ।
ମିଳିଥିବା ସୂଚନା ଅନୁସାରେ, ଚଦ୍ରମଣିଙ୍କ ପତ୍ନୀ ସ୍ବରସତୀ ସାହୁ ଆତ୍ମହତ୍ୟା। ବନ୍ଦ ଘରେ ନିଜ ପିନ୍ଧା ଶାଢ଼ିକୁ ଫ୍ୟାନରେ ଲଗାଇ ଝୁଲିପଡ଼ିଛନ୍ତି ସରସ୍ବତୀ। ତେବେ ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଗ୍ରାମବାସୀଙ୍କ କହିବା ଅନୁସାରେ, ଗତକାଲିର ଘଟଣାକୁ ନେଇ ଲୋକଲଜ୍ଜା ସହି ନପାରି ଚନ୍ଦ୍ରମଣିଙ୍କ ବୃଦ୍ଧା ସ୍ତ୍ରୀ ସରସ୍ଵତୀ ସାହୁ ଆତ୍ମହତ୍ୟା କରିଛନ୍ତି।
ସୂଚନାଥାଉକି, ଗତକାଲିର ଘଟଣା ପରଠାରୁ ଅଭିଯୁକ୍ତ ଚଦ୍ରମଣି ସାହୁଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଫେରାର ଥିବା ବେଳେ ଘରେ କେବଳ ସରସ୍ବତୀ ହିଁ ଥିଲେ। ମାତ୍ର ଲୋକଲଜ୍ଜା କାରଣରୁ ସେ ଆତ୍ମହତ୍ୟା କରିଛନ୍ତି। ସେପଟେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ।
ସୌଜନ୍ୟ Prameya News7

