ଅପରାଧଜିଲ୍ଲାରାଜ୍ୟ

ବହି ତ୍ରୁଟି ମାମଲାରେ ବଡ଼ବଡ଼ିଆ ଛାନିଆ; ଆଜିଠୁ କ୍ରାଇମବ୍ରାଞ୍ଚର ‘ଅପରେସନ ଖୋଳତାଡ଼’!

ଭୁବନେଶ୍ୱର: ପାଠ୍ୟପୁସ୍ତକ ତ୍ରୁଟିର ତଦନ୍ତ କ୍ରାଇମବ୍ରାଞ୍ଚ ହାତକୁ ଯିବା ପରେ ବଡ଼ବଡ଼ିଆ ଛାନିଆ। ଷଡ଼ଯନ୍ତ୍ରରେ କେଉଁମାନଙ୍କର ସମ୍ପୃକ୍ତି ରହିଛି ସେନେଇ ସୋମବାରଠାରୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଖୋଳତାଡ଼ କରିବ। ସମଗ୍ର ଘଟଣାର ତଦନ୍ତ ପାଇଁ ୫ଜଣିଆ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଛି।  ଷଡ଼ଯନ୍ତ୍ରରେ କେଉଁମାନଙ୍କର ସମ୍ପୃକ୍ତି ରହିଛି ସେନେଇ ସୋମବାରଠାରୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଖୋଳତାଡ଼ କରିବ ।

ସମଗ୍ର ଘଟଣାର ତଦନ୍ତ ପାଇଁ ୫ଜଣିଆ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଛି । ଯେଉଁଥିରେ କ୍ରାଇମବ୍ରାଞ୍ଚର ଜଣେ ଏସପିଙ୍କ ନେତୃତ୍ବରେ ଜଣେ ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କ ଦାୟିତ୍ବ ନ୍ୟସ୍ତ କରାଯାଇବା ବେଳେ ସହଯୋଗ କରିବାକୁ ଆଉ ତିନି ଜଣ ଅଫିସର୍‌ ସାମିଲ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଉନ୍ନୟନ କମିସନର୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ତଦନ୍ତ କମିଟିର ରିପୋର୍ଟ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯିବା ପରେ ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ିବ ବୋଲି କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ଇତିମଧ୍ୟରେ ତ୍ରୁଟି ପଛରେ ଯେଉଁମାନେ ରହିଛନ୍ତି ସେମାନଙ୍କ ତାଲିକା ପ୍ରସ୍ତୁତ ହେଉଛି। କେବଳ ସେତିକି ନୁ‌ହେଁ, ୨୦୨୬-୨୭ ଶିକ୍ଷାବର୍ଷରେ ମାଗଣା ପାଠ୍ୟପୁସ୍ତକ ପ୍ରସ୍ତୁତିରେ ୩୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବାରୁ ତାହାର ତଦନ୍ତ କରାଯିବ। କେଉଁ ବାବଦରେ କେଉଁ ସଂସ୍ଥାକୁ କେତେ ଟଙ୍କା ଦିଆଯାଇଛି ତାହାର ଟିକିନିଖି ଖୋଳତାଡ଼ ହେବ। ଡିଟିପି ଓ ଡିଜାଇନ୍‌ ପାଇଁ ହୋଇଥିବା ଟେଣ୍ଡର ପ୍ରକ୍ରିୟାର ଦସ୍ତାବିଜ୍‌ ଯାଞ୍ଚ କରାଯିବ।

ଗଣଶିକ୍ଷା ବିଭାଗ ଅଧୀନରେ ଡିଟିପି ଓ ଡିଜାଇନ୍‌ ପାଇଁ ଏକ ସଂସ୍ଥା ରହିଥିଲେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନ ସଂସ୍ଥାକୁ କାହିଁକି ଦାୟିତ୍ବ ଦିଆଯାଗଲା ତାହା ବି ତଦନ୍ତ ପରିସରକୁ ଆସିପାରେ। ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପରିସରକୁ ଆସିପାରେ।

ତଥ୍ୟ ଅନୁଯାୟୀ ସମସ୍ତ ଆର୍ଥିକ କାରବାର ଓସେପା ମାଧ୍ୟମରେ ହିଁ ହୋଇଥାଏ। ମାଗଣା ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ବଣ୍ଟନ ବାବଦରେ କେନ୍ଦ୍ର-ରାଜ୍ୟ ଭାଗ ୬୦-୪୦ ରହିଛି। ତେଣୁ ପାଠ୍ୟପୁସ୍ତକ ପ୍ରସ୍ତୁତିରେ ଆଉଟ୍‌ସୋସିଂ ସଂସ୍ଥାକୁ କେତେ ଟଙ୍କା ଲେଖାଏ ପ୍ରଦାନ କରାଯାଇଛି ତାହାର ମଧ୍ୟ ତଦନ୍ତ ହେବ। ପାଠ୍ୟପୁସ୍ତକ ପ୍ରସ୍ତୁତି ପାଇଁ ଗଠିତ ରାଜ୍ୟ ଷ୍ଟିୟରିଂ କମିଟି, କୋର କମିଟି, ସମ୍ପାଦନା ମଣ୍ଡଳୀ, ସମୀକ୍ଷକ ମଣ୍ଡଳୀ, ସଂଯୋଜକମାନେ ବି ଜେରାର ସମ୍ମୁଖୀନ ହୋଇପାରନ୍ତି । ତେବେ ଫୋକସ୍‌ରେ ରହିବ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ(ଏସ୍‌ସିଇଆରଟି), ଯେଉଁଠି ପାଠ୍ୟପୁସ୍ତକର ସମସ୍ତ ପ୍ରସ୍ତୁତି ହୋଇଥିଲା ।

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button