ପ୍ରାକୃତିକ ଶୋଭାରେ ପରିପୂର୍ଣ୍ଣ ଶିମିଳିପାଳ ବୁକୁରେ କୁଳୁକୁଳୁ ନାଦକରି ବହିଯାଉଛି ଅନେକ ପାହାଡ଼ୀ ଝରଣା। ପୁଣି ପର୍ବତମାଳା ଛାତିଚିରି ଗୁରୁଗମ୍ଭୀର ଗର୍ଜନ କରୁଛି ବରେହିପାଣି ଓ ଜୋରନ୍ଦା ଭଳି ସୁଉଚ୍ଚ ଜଳପ୍ରପାତ। ପାହାଡ଼, ପ୍ରପାତ ଓ ଅରଣ୍ୟ ପରିବେଷ୍ଟିତ ଶିମିଳିପାଳର ବହୁବିଧ ପ୍ରାକୃତିକ ଶୋଭା ବର୍ଷ ତମାମ ପର୍ଯ୍ୟଟକଙ୍କୁ ନିଜ କୋଳକୁ ଡାକି ଆଣିଥାଏ। ପ୍ରାକୃତିକ ବୈଭବରେ ଭରପୂର ମୟୂରଭଞ୍ଜ ଜିଲ୍ଲାର ଏହି ଜଣାଶୁଣା ଦର୍ଶନୀୟସ୍ଥଳୀଗୁଡ଼ିକ ଶୀତଋତୁରେ ବଣଭୋଜି ଓ ମଜାମଉଜ କରିବା ଲାଗି ପ୍ରକୃଷ୍ଟ ସ୍ଥାନ।


/filters:format(webp)/sambad/media/media_files/2026/01/02/fhfshhfsvxbvb-2026-01-02-23-50-26.jpg)