Viral Boy: ୨ ବର୍ଷୀୟ ଶିଶୁର ଭିଡିଓର ଭ୍ୟୁ ୧୩.୭ କୋଟି, KG-1ରୁ ଗ୍ରାଜୁଏସନ ଯାଏ ଶିକ୍ଷା ଖର୍ଚ୍ଚ ଉଠାଇବାକୁ ମିଳିଲା ପ୍ରତିଶ୍ରୁତି

ନୂଆଦିଲ୍ଲୀ,୨୦/୧୧; ଏବେ ସୋସିଆଲ୍ ମିଡିଆ ଯୁଗ ଚାଲିଛି । ରାତି ପାହିଲେ ଲୋକେ ସୋସିଆଲ ମିଡିଆ ଖୋଲୁଛନ୍ତି । ସେଥିରେ ଅନେକ ଭିଡିଓ, ଖବର ଭାଇରାଲ୍ ହେଉଛି । କିଛି ଭିଡିଓ ଲୋକଙ୍କ ମନକୁ ଛୁଇଁଯାଏ । ତାହା ଟ୍ରେଣ୍ଡ ପାଲଟିଯାଏ । ସୋସିଆଲ ମିଡିଆ ସେନସେସନ ପାଲଟିଯାଏ କିଛି ଖବର । ଆମ ଆପଣଙ୍କୁ ଜଣେ ୨ ବର୍ଷୀୟ ଶିଶୁଙ୍କ ବିଷୟରେ କହିବୁ ଯିଏକି ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ଷ୍ଟାଇଲ୍ ସମସ୍ତଙ୍କ ମନକୁ ଛୁଇଁଛି । ନୂଆ ସ୍କୁଟି ଡେଲେଭରୀ ନେବା ସମୟରେ ତାଙ୍କ ଭିଡିଓ ୧୩.୭ କୋଟି ଭ୍ୟୁ ହୋଇଛି । ଯାହା ତାଙ୍କ ଭାଗ୍ୟ ବଦଳାଇ ଦେଇଛି । ସେ ବାଳକ ଜଣକ ହେଉଛନ୍ତି ମହାରାଷ୍ଟ୍ରର ରୁଦ୍ରାଂଶ ସିଂହ ଠାକୁର । ଏବେ ସେ ଇଣ୍ଟରନେଟ୍ ସେନସେସନ୍ ପାଲଟିଛନ୍ତି । ତାଙ୍କ ଷ୍ଟାଇଲ୍ ଲୁକ ପାଇଁ ତାଙ୍କ ଭାଗ୍ୟ ବଦଳିଯାଇଛି ।
ମହାରାଷ୍ଟ୍ରର ଜଣେ ୨ ବର୍ଷୀୟ ଶିଶୁ ଏବେ ଇଣ୍ଟରନେଟ୍ ସେନ୍ସେସନ୍ ପାଲଟିଛି । ଏକ ନୂଆ ସ୍କୁଟର ଆଗରେ ଠିଆ ହୋଇଥିବା ତା’ର ଏକ ଛୋଟ ଭିଡିଓକୁ ୧୩.୭ କୋଟି ଥର ଦେଖାଯାଇଛି । ଏହି ଅନ୍ଲାଇନ୍ ଲୋକପ୍ରିୟତା ତାଙ୍କ ପାଇଁ ମୂଲ୍ୟବାନ ଉପହାର ହୋଇଛି । ଜଣେ ହୋଣ୍ଡା ଡିଲର୍ ଶିଶୁର ପ୍ରଥମ ଶ୍ରେଣୀଠୁ ସ୍ନାତକ ପର୍ଯ୍ୟନ୍ତ ଶିକ୍ଷା ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ମହାରାଷ୍ଟ୍ରର ୟବତମାଲା ବାସିନ୍ଦା ରୁଦ୍ରାଂଶ ସିଂହ ଠାକୁର ମା’ବାପା ଓ ବଡ଼ ଭଉଣୀ ସହିତ ନୂଆ ହୋଣ୍ଡା ଆକ୍ଟିଭା ସ୍କୁଟର କିଣିବାକୁ ନିକଟରେ ଏକ ହୋଣ୍ଡା ଶୋ’ରୁମ୍କୁ ଯାଇଥିଲେ । ଏହି ସମୟରେ ସ୍କୁଟର ସାମ୍ନାରେ ଆତ୍ମବିଶ୍ୱାସର ସହ ଠିଆ ହୋଇଥିବା ତାଙ୍କର ଏକ ଭିଡିଓ ରେକର୍ଡ ହୋଇଥିଲା ।
ସୌଜନ୍ୟ ପ୍ରମେୟ




