ଜାତୀୟ

Jaish Operative Arrested: ପୁଲିସ୍‌ର ବଡ଼ ଆକ୍ସନ…ଜୈସ ଆତଙ୍କବାଦୀ ଗିରଫ, ଗୁଜରାଟ ଆତଙ୍କୀଙ୍କ ସହ ଲିଙ୍କ୍ ଅଛି କି ?

ନୂଆଦିଲ୍ଲୀ,୨୮/୧୧; ଜୈସ-ଏ-ମହମ୍ମଦ ଆତଙ୍କବାଦୀକୁ ଗିରଫ କଲା ଦିଲ୍ଲୀ ପୁଲିସ୍ । ପାକିସ୍ତାନୀ ଲିଙ୍କରେ ଗିରଫ କଲା ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ । ସୋସିଆଲ ମିଡିଆରୁ ଆତଙ୍କୀଙ୍କୁ ରିକ୍ରୁଟ କରିଥିଲା ଜୈସ-ଏ-ମହମ୍ମଦ । ଗୁଜରାଟରୁ ଗିରଫ ଆତଙ୍କବାଦୀଙ୍କ ସହ ସମ୍ପର୍କର ତଦନ୍ତ ଜାରି ରହିଛି । ଗିରଫ ଆତଙ୍କୀ ଯୁବକମାନଙ୍କୁ ଆତଙ୍କବାଦ ପ୍ରତି ପ୍ରଲୋଭିତ କରୁଥିବା ଜଣାପଡ଼ିଛି ।

ଦିଲ୍ଲୀ ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍ ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ ସହିତ ଜଡିତ ଜଣେ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଦିଲ୍ଲୀ ପୁଲିସର ସୂଚନା ଅନୁଯାୟୀ, ଗିରଫ ଆତଙ୍କବାଦୀଙ୍କ ଉପରେ ସୋସିଆଲ ମିଡିଆରେ ନଜର ରଖାଯାଉଥିଲା । ଆତଙ୍କବାଦୀ ସଂଗଠନ ଜୈସ୍‌ର ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ପ୍ରଥମେ ପଚରାଉଚରା କରାଯାଇଥିଲା ଏବଂ କିଛି ଦିନ ପୂର୍ବରୁ ଗିରଫ କରାଯାଇଥିଲା । ଦିଲ୍ଲୀ ପୁଲିସ ସୂତ୍ର ଅନୁଯାୟୀ, ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଭାରତରେ ଯୁବକମାନଙ୍କୁ ବ୍ରେନୱାସ୍ କରିବା ଏବଂ ସେମାନଙ୍କୁ ସ୍ଲିପର ସେଲ୍ ଭାବରେ ନିଯୁକ୍ତି ଦେବା ପାଇଁ ସୋସିଆଲ ମିଡିଆ ବ୍ୟବହାର କରୁଛି । ଗିରଫ ଅଭିଯୁକ୍ତଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ନିଯୁକ୍ତି ଦିଆଯାଇଥିଲା । ଗିରଫ ସନ୍ଦିଗ୍ଧ ବ୍ୟକ୍ତିଙ୍କର ଗୁଜରାଟରେ ଗିରଫ ଜୈସ୍ ଆତଙ୍କବାଦୀଙ୍କ ସହିତ କୌଣସି ସମ୍ପର୍କ ଅଛି କି ନାହିଁ ତାହା ଏଜେନ୍ସି ଏବେ ତଦନ୍ତ କରୁଛି ।

ଗୁଜରାଟ ଆତଙ୍କବାଦ ବିରୋଧୀ ସ୍କ୍ୱାଡ୍ (ଏଟିଏସ୍) ବଡୋଦରାରୁ ଜଣେ ସନ୍ଦିଗ୍ଧ ଜୈସ୍ ଆତଙ୍କୀକୁ ଗିରଫ କରିଛି । ସେ ହେଲା ମହମ୍ମଦ ସହାରୁଲ ଇସଲାମ । ଆସାମ କରିମଗଞ୍ଜର ବାସିନ୍ଦା ଇସଲାମ ବଡୋଦରା ବାୟୁସେନା ଘାଟି ଉପରେ ଏକୁଟିଆ ଆକ୍ରମଣ ପାଇଁ ପ୍ରସ୍ତୁତି କରୁଥିଲା । ସେଥିଲାଗି ସେ ରେକି ବି କରିଥିଲା । ତା’ର ମୋବାଇଲରୁ ବାୟୁସେନା ଘାଟିର ଫଟୋ ଏବଂ ଭିଡିଓ ଜବତ କରାଯାଇଛି । ଏଥିସହ ଇସଲାମ ନିକଟରୁ ଗୋଟିଏ ଏକେ-୪୭ ରାଇଫଲ, ୨ଟି ମାଗାଜିନ୍, ୨୩ଟି କାର୍ତୁସ, ଜୈସ ପତାକା, ୨ଟି ମୋବାଇଲ୍ ଏବଂ କିଛି ଟଙ୍କା ମିଳିଛି । ଯାଞ୍ଚରୁ ଜଣାପଡି଼ଛି ଯେ, ପାକିସ୍ତାନରେ ଥିବା ହ୍ୟାଣ୍ଡଲର ତାକୁ ବଡୋଦରା ବାୟୁସେନା ଘାଟି ଉପରେ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆକ୍ରମଣ ପରେ ସେ ପାକିସ୍ତାନ ଖସିଯିବାକୁ ଯୋଜନା କରୁଥିଲା । ଅଭିଯୁକ୍ତ ଆସାମରୁ ବସ୍ ଏବଂ ଟ୍ରେନ୍ ଯୋଗେ ଗୁଜରାଟ ଆସିଥିଲା । ବଡୋଦରା ରେଲୱେ ଷ୍ଟେସନ ନିକଟରେ ରହିଥିଲା । ବଡୋଦରା ବାୟୁସେନା ଘାଟି ସହ କିଛି ସାର୍ବଜନୀନ ସ୍ଥାନ ତା’ର ଟାର୍ଗେଟ୍ରେ ଥିଲା ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button