ଦେଶ ବିଦେଶ

ଭାରତକୁ ୬ ସ୍ବର୍ଣ୍ଣ ସହ ୧୦ ପଦକ

ନାଗୋୟା: ଏସୀୟ କ୍ରୀଡ଼ା‌େ‌ର ଶୁକ୍ରବାର ୧୪ଶ ଦିନ ଭାରତ ପାଇଁ ସ୍ବର୍ଣ୍ଣପ୍ରସୂ ହୋଇଛି। ଭାରତ ଏହିଦିନ ୬ଟି ସ୍ବର୍ଣ୍ଣ ସହ ମୋଟ ୧୦ଟି ପଦକ ଜିତିଛି। ଅଦ୍ୟାବଧି ଭାରତ ୧୬ଟି ସ୍ବର୍ଣ୍ଣ, ୨୫ଟି ରୌପ୍ୟ ଓ ୩୫ଟି କାଂସ୍ୟ ସହ ମୋଟ ୭୬ ପଦକ ହାସଲ କରିଛି। ଫଳରେ ପଦକ ତାଲିକାରେ ୩ଟି ସ୍ଥାନ ଉପରକୁ ଉଠି ଭାରତ ୫ମ ସ୍ଥାନରେ ପହଞ୍ଚିଛି। ଭାରତୀୟ ମଲ୍ଲଯୋଦ୍ଧା ଚମତ୍କାର ପ୍ରଦର୍ଶନ କରିବାରୁ ଶୁକ୍ରବାର କୁସ୍ତିରୁ ଦେଶକୁ ୩ଟି ସ୍ବର୍ଣ୍ଣପଦକ ମିଳିଛି। ଦୁଇ ମହିଳା ମୁଷ୍ଟିଯୋଦ୍ଧା ଲଭ୍‌ଲିନା ବର୍ଗୋହାଇଁ ଓ ପରୱିନ ହୁଡା ଏବଂ ପୁରୁଷ ମୁଷ୍ଟିଯୋଦ୍ଧା ଅଙ୍କୁଶ ପଙ୍ଘାଲ ବକ୍ସିଂ ରିଙ୍ଗ୍‌ରେ ଦେଶ ପାଇଁ ଲଢ଼ି ଆଉ ୩ଟି ସ୍ବର୍ଣ୍ଣପଦକ ଜିତାଇଛନ୍ତି।
ତୀରନ୍ଦାଜୀ​‌େ​‌ର ମଧ୍ୟ ଭାରତକୁ ୩ଟି ପଦକ ମିଳିଛି। ଏଥିରେ ଗୋଟିଏ ସ୍ବର୍ଣ୍ଣପଦକ ଓ ୨ଟି ରୌପ୍ୟ ପଦକ ରହିଛି। ତୀରନ୍ଦାଜୀରେ ଭାରତୀୟ ରିକର୍ଭ ମହିଳା ଦଳ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛି। ରିକର୍ଭ ମିଶ୍ରିତ ଯୁଗଳ ବର୍ଗରେ କୁମ୍‌କୁମ୍‌ ମୋହଦ ଓ ଧୀରଜ ବୋମଦେବରା ରୌପ୍ୟ ପଦକ ଜିତିଛନ୍ତି। ପୁରୁଷ ରିକର୍ଭ ଦଳଗତ ବର୍ଗରେ ଭାରତର ଧୀରଜ ବୋମଦେବରା, ନୀରଜ ଚୌହ୍ବାନ ଓ ୟଶଦୀପ ଭୋଗେ ମଧ୍ୟ ରୌପ୍ୟ ପଦକ ଜିତିଛନ୍ତି। କୁସ୍ତିରେ ଶୁକ୍ରବାର ଭାରତକୁ ପ୍ରଥମ ସ୍ବର୍ଣ୍ଣପଦକ ମିଳିଛି।
ସୁଜିତ କାଲ୍‌କଲ ପୁରୁଷ ୬୫ କିଗ୍ରା ଫ୍ରିଷ୍ଟାଇଲ୍ କୁସ୍ତିରେ ଦେଶକୁ ସ୍ବର୍ଣ୍ଣ ପଦକ ଜିତାଇଛନ୍ତି। ଦୀର୍ଘ ୪୪ ବର୍ଷ ପରେ ମହିଳା ହକିରେ ଭାରତ ସ୍ବର୍ଣ୍ଣପଦକ ଜିତିଛି। ନେତ୍ରା କୁମାନନ୍‌ ପାଲଟଣା ନୌଚାଳନାରେ କାଂସ୍ୟ ପଦକ ଜିତିଛନ୍ତି। ଭାରତୀୟ ପୁରୁଷ ସିପକ୍‌ ଟାକ୍ରୋରେ ଦଳର କାଂସ୍ୟ ପଦକ ଜିତିଛି। ପ୍ରତିଯୋଗିତାର ଆଉ ଗୋଟିଏ ଦିନ ବାକିଥିବା ବେଳେ ଚୀନ୍‌ ୧୬୨ ସ୍ବର୍ଣ୍ଣ, ୮୧ଟି କାଂସ୍ୟ ଓ ୭୩ଟି କାଂସ୍ୟ ସହ ମୋଟ ୩୧୬ଟି ପଦକ ଜିତି ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛି।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button