ଖେଳ

Asian Games: ଜନ୍ମଦିନରେ ଭାରତକୁ ସ୍ୱର୍ଣ୍ଣ ଭେଟି ! ଏସିଆନ୍ ଗେମ୍ସରେ ଲଭଲିନାଙ୍କ ଐତିହାସିକ ବିଜୟ

ନୂଆଦିଲ୍ଲୀ, ୨।୧୦: ଭାରତୀୟ ବକ୍ସିଂ କ୍ରୀଡ଼ା ଇତିହାସରେ ସୃଷ୍ଟି ହୋଇଛି ଏକ ନୂଆ ସ୍ୱର୍ଣ୍ଣିମ ଅଧ୍ୟାୟ । ଭାରତର ତାରକା ତଥା ଅଲିମ୍ପିକ୍ସ ପଦକ ବିଜେତା ମୁକ୍କାବାଜ ଲଭଲିନା ବୋରଗୋହେନ୍ ଏସିଆନ୍ ଗେମ୍ସ ୨୦୨୬ରେ ଦମଦାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି । ଅକ୍ଟୋବର ୨ ତାରିଖ ଅର୍ଥାତ୍ ଆଜି ନିଜର ୨୯ତମ ଜନ୍ମଦିନ ଅବସରରେ ଲଭଲିନା ଦେଶବାସୀଙ୍କୁ ଏହି ଐତିହାସିକ ସ୍ୱର୍ଣ୍ଣ ଭେଟି ଦେଇଛନ୍ତି । ଏହି ବିଜୟ ସହିତ ମହିଳା ବକ୍ସିଂରେ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ପାଇଁ ଭାରତର ୧୨ ବର୍ଷର ଦୀର୍ଘ ଅପେକ୍ଷାର ମଧ୍ୟ ଅନ୍ତ ଘଟିଛି । ମହିଳା ୭୫ କିଲୋଗ୍ରାମ୍ ବର୍ଗର ଫାଇନାଲ ମୁକାବିଲାରେ ଲଭଲିନାଙ୍କ ଆଗରେ ଥିଲେ ଚୀନର ଶକ୍ତିଶାଳୀ ମୁକ୍କାବାଜ ବାଓ ଜିୟୀ । ପ୍ରଥମ ରାଉଣ୍ଡରୁ ହିଁ ଲଭଲିନା ଆକ୍ରମଣାତ୍ମକ ରୂପ ଆପଣାଇ ଚୀନ୍‌ ବକ୍ସରଙ୍କୁ ଚାପରେ ରଖିଥିଲେ । ସଠିକ୍ ପଞ୍ଚିଂ ଟେକନିକ୍ ବ୍ୟବହାର କରି ସେ ଚୀନ୍‌ ପ୍ରତିଦ୍ୱନ୍ଦ୍ୱୀଙ୍କୁ କୌଣସି ସୁଯୋଗ ଦେଇନଥିଲେ । ଏହି ରୋମାଞ୍ଚକର ମୁକାବିଲାରେ ଲଭଲିନା ୫-୦ର ଏକତରଫା ତଥା ପୂର୍ଣ୍ଣ ସର୍ବସମ୍ମତି ନିଷ୍ପତ୍ତିରେ ବିଜୟ ହାସଲ କରି ସ୍ୱର୍ଣ୍ଣି ପଦକ ଜିତିଛନ୍ତି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button