ରାଜ୍ୟ

ମାଥିଲିରେ ବାଲି ଚୋରାଚାଲାଣ ରୋକିଲେ ଗ୍ରାମବାସୀ, ୪ ଟିପ୍ପର ସହ ଜେସିବି ଜବତ

ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଡଙ୍ଗରଖୋଲି ଅଞ୍ଚଳରୁ ବାଲି ଚୋରାଚାଲାଣର ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି। ଅଞ୍ଚଳରେ ଗଚ୍ଛିତ ରଖାଯାଇଥିବା ବାଲିକୁ ବେଆଇନ ଭାବେ ଚାଲାଣ କରାଯାଉଥିବା ନେଇ ଗ୍ରାମବାସୀ ଜାଣିବା ପରେ ସେମାନେ ଏକାଠି ହୋଇ ଚାଲାଣ ହେଉଥିବା ଟିପ୍ପରଗୁଡ଼ିକୁ ଅଟକାଇଥିଲେ।

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଡଙ୍ଗରଖୋଲି ଅଞ୍ଚଳରୁ ବାଲିଚୋରାଚାଲାଣର ସାଂଘାତିକ ଚିତ୍ର ସାମ୍ନାକୁ ଆସିଛି। ଅଞ୍ଚଳରେ ଗଚ୍ଛିତ ରଖାଯାଇଥିବା ବାଲିକୁ ବେଆଇନ ଭାବେ ଚାଲାଣ କରାଯାଉଥିବା ନେଇଗ୍ରାମବାସୀ ଜାଣିବା ପରେ ସେମାନେ ଏକାଠି ହୋଇ ଚାଲାଣ ହେଉଥିବା ଟିପ୍ପରଗୁଡ଼ିକୁ ଅଟକାଇଥିଲେ।

ଏନେଇ ଖଣି ବିଭାଗ, ମାଥିଲି ପୁଲିସ ଓ ତହସିଲ ପ୍ରଶାସନକୁ ଖବର ଦିଆଯାଇଥିଲା। ସୂଚନା ପାଇ ତିନି ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଗୁଡ଼ିକର ଯାଞ୍ଚ କରିଥିଲେ। ଯାଞ୍ଚ ପରେ ୪ଟି ଟିପ୍ପର ଜବତ କରାଯାଇଥିବା ବେଳେ ବାଲି ଉଠାଇବାରେ ବ୍ୟବହୃତ ଏକ ଜେସିବି ମେସିନ୍‌କୁ ମଧ୍ୟ ଖଣି ବିଭାଗ ଜବତ କରିଛି।

ଖଣି ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି

ମାଥିଲି ଅଞ୍ଚଳରେ ବାଲି ଚୋରାଚାଲାଣ ନେଇ ଅଭିଯୋଗ ଲଗାତାର ଆସୁଥିବା ବେଳେ ଏହି ଘଟଣା ପରେ ପ୍ରଶାସନର ନଜରଦାରୀ ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ତେବେ ଗ୍ରାମବାସୀଙ୍କ ସଚେତନତା ଯୋଗୁଁ ବେଆଇନ ବାଲି ଚାଲାଣ ରୋକାଯାଇଥିବା ସହ ଏକାଧିକ ଗାଡ଼ି ଓ ମେସିନ୍ ଜବତ ହୋଇଛି। ଘଟଣାକୁ ନେଇ ଖଣି ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button