ବାଣିଜ୍ୟ

ମୁଦ୍ରିତ ମୂଲ୍ୟରୁ ଅଧିକ ଦରରେ ସିଗାରେଟ୍ ବିକ୍ରି ପାଇଁ ନିର୍ମାତା ଓ ଖୁଚୁରା ବିକ୍ରେତାଙ୍କ ଉପରେ ଲାଗିଲା ୧୦ଲକ୍ଷ ଟଙ୍କା ଜରିମନା

ଖାଉଟି ଆୟୋଗ ସିଗାରେଟ ନିର୍ମାତା ଓ ଜନୈକ ବିକ୍ରେତାଙ୍କୁ ମିଳିତ ରୂପେ ଖାଉଟି କଲ୍ୟାଣ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗକାରୀ କହିଛନ୍ତି ଯେ ୨୯ ଜାନୁୟାରୀ ୨୦୨୬ରେ ସେ ଅଲିଗଡ଼ର ଏକ ଦୋକାନରୁ କ୍ଲାସିକ ବ୍ରାଣ୍ଡ ସିଗାରେଟର ଏକ ପ୍ୟାକେଟ କ୍ରୟ କରିଥିଲେ। ପ୍ୟାକେଟରେ ଅଧିକତମ ଖୁଚୁରା ମୂଲ୍ୟ (ଏମଆରପି) ୩୪୦ ଟଙ୍କା ପ୍ରିଣ୍ଟ ଥିଲା, ହେଲେ ଦୋକାନୀ ତାଙ୍କଠାରୁ ୩୬୦ ଟଙ୍କା ନେଇଛନ୍ତି।

ଅଲିଗଡ଼: ଆଲିଗଡ଼ ଜିଲ୍ଲା ଖାଉଟି ଆୟୋଗ ସିଗାରେଟ ନିର୍ମାତା ଓ ଜନୈକ ବିକ୍ରେତାଙ୍କୁ ମିଳିତ ରୂପେ ଖାଉଟି କଲ୍ୟାଣ ପାଣ୍ଠିକୁ ୧୦ ଲକ୍ଷ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉପଭୋକ୍ତା ବିବାଦ ନିବାରଣ ଆୟୋଗ ଜନୈକ ଗ୍ରାହକଙ୍କ ଅଭିଯୋଗ ଆଧାରରେ ଏହି ଆଦେଶ ଜାରି କରିଛନ୍ତି, ଯେଉଁଥିରେ ଅଭିଯୋଗକାରୀ କହିଥିଲେ ଯେ କ୍ଲାସିକ ବ୍ରାଣ୍ଡ ସିଗାରେଟର ପ୍ୟାକେଟ ଉପରେ ମୁଦ୍ରିତ ମୂଲ୍ୟରୁ ବିକ୍ରେତା ତାଙ୍କଠାରୁ ଅଧିକ ୨୦ ଟଙ୍କା ଆଦାୟ କରିଛନ୍ତି।

ଅଭିଯୋଗକାରୀ କହିଛନ୍ତି ଯେ ୨୯ ଜାନୁୟାରୀ ୨୦୨୬ରେ ସେ ଅଲିଗଡ଼ର ଏକ ଦୋକାନରୁ କ୍ଲାସିକ ବ୍ରାଣ୍ଡ ସିଗାରେଟର ଏକ ପ୍ୟାକେଟ କ୍ରୟ କରିଥିଲେ। ପ୍ୟାକେଟରେ ଅଧିକତମ ଖୁଚୁରା ମୂଲ୍ୟ (ଏମଆରପି) ୩୪୦ ଟଙ୍କା ପ୍ରିଣ୍ଟ ଥିଲା, ହେଲେ ଦୋକାନୀ ତାଙ୍କଠାରୁ ୩୬୦ ଟଙ୍କା ନେଇଛନ୍ତି। ଏ ନେଇ ଉପଭୋକ୍ତା ଆପତ୍ତି କରିଥିଲେ ହେଲେ ଦୋକାନୀ ନ ମାନିବାରୁ ଅତିରିକ୍ତ ୨୦ ଟଙ୍କା ସେ ଅନଲାଇନ ପୈଠ କରିଥିଲେ। ଉପଭୋକ୍ତା ତର୍କ ଦେଇଛନ୍ତି ଯେ ମୁଦ୍ରିତ ଏମଆରପିରୁ ଅଧିକ ମୂଲ୍ୟରେ ଉତ୍ପାଦ ବିକ୍ରି କରିବା ଆଇନ ବିରୁଦ୍ଧ ଓ ଅନୁଚିତ ବ୍ୟାପାର ପ୍ରଥା ଅଟେ।

ଉପଭୋକ୍ତା ଏଥି ପାଇଁ ବିକ୍ରେତା ଓ ନିର୍ମାତା କ୍ଲାସିକ ସିଗାରେଟ ତିଆରି କରୁଥିବା କମ୍ପାନୀ ଉଭୟଙ୍କ ବିରୋଧରେ ଅଭିଯୋଗ ରୁଜୁ କରିଥିଲେ। ଏଥିରେ ସେ ତାଙ୍କର ଅତିରିକ୍ତ ୨୦ ଟଙ୍କା ବାର୍ଷିକ ୨୪ ପ୍ରତିଶତ ସୁଧହାରରେ ଫେରସ୍ତ କରିବାକୁ ତଥା ମାନସିକ ପୀଡ଼ା ପାଇଁ କ୍ଷତିପୂରଣ ରୂପେ ୧୦ଲକ୍ଷ ଟଙ୍କା, ଉପଭୋକ୍ତା ସଂରକ୍ଷଣ ଅଧିନିୟମ ୨୦୧୯ ଅନୁସାରେ ଉଭୟ ପକ୍ଷଙ୍କ ଉପରେ ୨୫ ଲକ୍ଷ ଟଙ୍କା ଜରିମନା ତଥା ତାଙ୍କ ଓକିଲଙ୍କ ଦେୟ ବାବଦକୁ ୭୫ ହଜାର ଟଙ୍କା ପୈଠ କରିବାକୁ ଦାବି କରିଥିଲେ। ଏହି ମାମଲାରେ ସିଗାରେଟ ବିକ୍ରେତା କୌଣସି ପ୍ରତିକ୍ରିୟା ଦେଇନଥିଲେ। ଏଣୁ ଆୟୋଗ ତାଙ୍କ ପକ୍ଷ ଶୁଣିବା ବିନା କାର୍ଯ୍ୟାନୁଷ୍ଠାନ କରିଛନ୍ତି।

ତେବେ ମାମଲାରେ ସିଗାରେଟ ନିର୍ମାତା ଲିଖିତ ଜବାବ ଦାଖଲ କରି ଏଥିରୁ ନିଜକୁ ଦୋଷ ମୁ୍କ୍ତ ରଖିବାକୁ ଉଦ୍ୟମ କରିଥିଲେ। ଏଥିରେ କମ୍ପାନୀ କହିଥିଲା ଯେ ସେ କେବେବି ସିଧାସଳଖ ଅଭିଯୋଗକାରୀଙ୍କୁ କୌଣସି ଦ୍ରବ୍ୟ ବିକ୍ରୟ କରି ନାହାନ୍ତି। ସେହିପରି ଯେଉଁ ଖୁଚୁରା ବିକ୍ରେତା ଏହି ସିଗାରେଟ୍ ପ୍ୟାକେଟ୍ ବିକ୍ରୟ କରିଛନ୍ତି କମ୍ପାନୀ ତାଙ୍କୁ କେବେବି ଅଧିକୃତ ବିକ୍ରେତା ନିଯୁକ୍ତ କରିନଥିଲା। ଏଣୁ ଗ୍ରାହକଙ୍କ ଠାରୁ ଅସୁଲ କରାଯାଇଥିବା ମୂଲ୍ୟ ଉପରେ କମ୍ପାନୀର କୌଣସି ନିୟନ୍ତ୍ରଣ ନଥିଲା। ଏହାଛଡା ନିର୍ମାତା ଏହା ବି କହିଛନ୍ତି ଯେ ଏ କଥାର କୌଣସି ପ୍ରମାଣ ନାହିଁ ଯେ ଉପଭୋକ୍ତା ଗୋଟେ ପ୍ୟାକେଟ୍ ସିଗାରେଟ ପାଇଁ ୩୬୦ ଟଙ୍କା ପୈଠ କରିଛନ୍ତି। ଏଣୁ ଆୟୋଗଙ୍କୁ ଅଭିଯୋଗ ଖାରଜ କରିବାକୁ କମ୍ପାନୀ ନିବେଦନ କରିଥିଲା।

ତେବେ ଉପଭୋକ୍ତା ବିବାଦ ନିବାରଣ ଆୟୋଗ ଅଧ୍ୟକ୍ଷ ହସନୈନ କ୍ୟୁରେସୀ ଓ ସଦସ୍ୟା ପୂର୍ଣ୍ଣିମା ସିଂହ ରାଜପୁତଙ୍କ ଦୁଇ ସଦସୀୟ ପୀଠ ସ୍ୱୀକାର କରିଛନ୍ତି ଯେ ସିଗାରେଟ ପ୍ୟାକେଟ ଛବି ସହିତ ପ୍ରସ୍ତୁତ ଅନଲାଇନ ପୈଠ ରେକର୍ଡରୁ ଏହା ସାବ୍ୟସ୍ତ କରିବାକୁ ପର୍ଯ୍ୟାପ୍ତ ଯେ ଅଭିଯୋଗକାରୀ ଉତ୍ପାଦ କ୍ରୟ କରିଥିଲେ ଓ ଏମଆରପିଠାରୁ ଅତିରିକ୍ତ ୨୦ ଟଙ୍କା ପୈଠ କରିଥିଲେ। ଆୟୋଗ ଏହା ବି ଜାଣିବାକୁ ପାଇଥିଲେ ଯେ ବିକ୍ରେତା ଅଭିଯୋଗକାରୀଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ସ୍ପଷ୍ଟ ରୂପେ ଖଣ୍ଡନ କରି ନାହାନ୍ତି। ସେହିପରି ନିର୍ମାତାଙ୍କ ଭୂମିକା ସମ୍ପର୍କରେ ଆୟୋଗ ଏହା ଜାଣିବାକୁ ପାଇଛନ୍ତିଯେ ଯେହେତୁ ବିକ୍ରେତା କମ୍ପାନୀ ଦ୍ୱାରା ନିର୍ମିତ ଉତ୍ପାଦ ବିକ୍ରୟ କରୁଥିଲା ଏଣୁ ଔପଚାରିକ ଅନୁବନ୍ଧ ବିନା ମଧ୍ୟ ସେ ପ୍ରଭାବୀ ରୂପେ କମ୍ପାନୀର ଏଜେଣ୍ଟ ହୋଇସାରିଥିଲା।

ଆୟୋଗ କହିଛନ୍ତି ଯେ ଖୁଚୁରା ବିକ୍ରେତା ନିର୍ମାତାଙ୍କ ଏଜେଣ୍ଟ ଅଥବା ଉପ-ଏଜେଣ୍ଟ ରୂପେ କାମ କରିଥିଲେ। ଏଣୁ କମ୍ପାନୀ କ୍ଲାସିକ୍ ସିଗାରେଟ ବିକ୍ରି ସମୟରେ ଏଜେଣ୍ଟଙ୍କ ଦ୍ୱାରା କରାଯାଇଥିବା ସବୁ କାର୍ଯ୍ୟକଳାପ ପାଇଁ ଦାୟି। ଆୟୋଗ ଅଧିକ ମୂଲ୍ୟ ଆଦାୟକୁ ସ୍ପଷ୍ଟ ରୂପେ କଳାବଜାରି ବା ଅନୁଚିତ ବ୍ୟାପାର ପ୍ରଥା ବୋଲି କହିଛନ୍ତି। ନିର୍ମାତା ଓ ବିକ୍ରେତା ଉଭୟ ନା କେବଳ ଅଭିଯୋଗକାରୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଉତ୍ତରଦାୟି ବରଂ ଉପଭୋକ୍ତା ଆଇନ ଅନୁସାରେ ଦଣ୍ଡଲାଗି ମଧ୍ୟ ଉତ୍ତରଦାୟି। ଏଣୁ କୋର୍ଟ ନିର୍ମାତା ଓ ବିକ୍ରେତାଙ୍କୁ ଅତିରିକ୍ତ ଆଦାୟ କରାଯାଇଥିବା ୨୦ ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ଦେବା ସହିତ ୨୯ ଜାନୁୟାରୀ ୨୦୨୬ରୁ ପୈଠ ତାରିଖ ପର୍ଯ୍ୟନ୍ତ ବାର୍ଷିକ ୧୮% ସୁଧହାରରେ ୫ ହଜାର ଟଙ୍କା ଓ ଆଇନଗତ ଆଶ୍ରୟ ପାଇଁ ୫ ହଜାର ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ ମାମଲାରେ ୧୦ ଲକ୍ଷ ଟଙ୍କା ପୈଠ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଉପଭୋକ୍ତା ସଂରକ୍ଷଣ ଅଧିନିୟମ ୨୦୧୯ର ଧାରା ୩୯(୧)(କେ) ଅନୁସାରେ ଉପଭୋକ୍ତା କଲ୍ୟାଣକୋଷରେ ଜମା କରାଯିବ। ଏଣୁ ଉଭୟପକ୍ଷଙ୍କୁ ଅନୁପାଳନ ନିମନ୍ତେ ଆୟୋଗ ୪୫ ଦିନ ସମୟ ଦେଇଛନ୍ତି। ଯଦି ଏପରି କରା ନଯାଏ ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନର ମଧ୍ୟ ଚେତାବନୀ ଦେଇଛନ୍ତି।

 

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button