uncategories

ମୁମ୍ବାଇରେ ବର୍ଷା ବିତ୍ପାତ, ଗଛପଡି ବୃଦ୍ଧ ମୃତ, କାନ୍ଥ ତଳେ ପୋତି ହୋଇଗଲେ ୨ ଜଣ

ମୌସୁମୀ ବର୍ଷା ଏବେ ମହାରାଷ୍ଟ୍ର ପାଇଁ ବିପଦ ପାଲଟିଛି। ସକ୍ରିୟ ମୌସୁମୀ ଯୋଗୁ ବର୍ଷା ଜାରି ଥିବା ବେଳେ ଅନେକ ସ୍ଥାନରେ ସଡ଼କ ପାଣିରେ ବୁଡି ଯାଇଛି, କେତେକ ସ୍ଥାନରେ ଗଛ ପଡିବା ଓ କାନ୍ଥ ଭୁଶୁଡିବା ଖବର ଆସୁଛି।

ମୁମ୍ବାଇ:ମୌସୁମୀ ବର୍ଷା ଏବେ ମହାରାଷ୍ଟ୍ର ପାଇଁ ବିପଦ ପାଲଟିଛି। ସକ୍ରିୟ ମୌସୁମୀ ଯୋଗୁ ବର୍ଷା ଜାରି ଥିବା ବେଳେ ଅନେକ ସ୍ଥାନରେ ସଡ଼କ ପାଣିରେ ବୁଡି ଯାଇଛି, କେତେକ ସ୍ଥାନରେ ଗଛ ପଡିବା ଓ କାନ୍ଥ ଭୁଶୁଡିବା ଖବର ଆସୁଛି। ରବିବାର ମୁମ୍ବାଇର କୁର୍ଲା ଅଞ୍ଚଳରେ ଭୀଷଣ ବର୍ଷା ଯୋଗୁ ଏକ ଦୋକାନ ଉପରେ ଗଛ ଉପୁଡି ପଡିଥିବା ବେଳେ ଜଣେ ୬୩ ବର୍ଷ ବୟଷ୍କ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମାତ୍ର ସପ୍ତାହକରେ ଗଛ ଉପୁଡିବା ଯୋଗୁ ଲୋକଙ୍କ ମୃତ୍ୟୁର ଏହା ଦ୍ୱିତୀୟ ଘଟଣା। ତେବେ ଆଜିର ଘଟଣା ମଧ୍ୟାହ୍ନ ୧୨ଟା ୪୦ ମିନିଟରେ ପଶ୍ଚିମ କୁର୍ଲାର ନୌପଡା ଅଞ୍ଚଳରେ ଥିବା ହିନ୍ଦୀ ବିଏମସି ସ୍କୁଲ ନିକଟରେ ଘଟିଛି।

ଅଧିକାରୀଙ୍କ ଅନୁସାରେ ଗଛ ପଡିଯିବା ଯୋଗୁ ଗୁରୁତର ଆହତ ୟୁନୁସ କଣ୍ଡାୱାଲାଙ୍କୁ ତୁରନ୍ତ ଉଦ୍ଧାର କରି ଫୌଜିୟା ହସ୍ପିଟାଲ ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଅଧିକାରୀ କହିଛନ୍ତି ଯେ ଦମକଳ, ପୋଲିସ, ବେଷ୍ଟ ଓ ନଗରନିଗମ କର୍ମଚାରୀ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ଉଦ୍ଧାର ଏବଂ ସଫେଇ କାମ କରିଥିଲେ। ଏହା ପୂର୍ବରୁ ଜୁନ ୩୦ ତାରିଖ ଦିନ ଚେମ୍ବୁରରେ ସ୍କୁଲ ବସ୍ ଉପରେ ଗଛ ପଡିବା ଯୋଗୁ ଜଣେ ୧୧ ବର୍ଷୀୟ ବାଳକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କେତେକ ଲୋକେ ଆହତ ହୋଇଥିଲେ।

ସେହିପରି ପିମ୍ପରୀ-ଚିଞ୍ଚୱାଡର ଏକ କଲୋନୀରେ ନିର୍ମାଣ ଭୁଶୁଡିପଡିବାରୁ ୨ ଜଣ ଲୋକ ଆହତ ହୋଇଛନ୍ତି। ଦମକଳ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ଏହି ଘଟଣା ରବିବାର ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳେ ଘଟିଛି। ଏଥିରେ ଦୁଇ ଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ପହଞ୍ଚା ଯାଇଛି। ଏଠାରେ ନିର୍ମାଣ ଭୁଶୁଡିବା ପରେ ଆଖପାଖରେ ଥିବା ଘର ଗୁଡିକ ପ୍ରତି ବିପଦ ଦେଖା ଦେଇଛି। ଯଦି ବର୍ଷା ଜାରି ରହେ ତେବେ ଅଧିକାରୀ ଲୋକଙ୍କୁ ଘର ଖାଲି କରିବାକୁ ପଡିପାରେ ବୋଲି କହିଛନ୍ତି।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button