ରାତିରେ ଭୁଶୁଡି ପଡିଲା ବ୍ରିଜ୍ ! ଅଳ୍ପକେ ବର୍ତ୍ତିଗଲେ ଶହଶହ ଲୋକ, ନଦୀରେ ଖସିଲା ସ୍ଲାବ୍

ପାଟନା, ୦୪/୦୫:ସୋମବାର ସାରା ଦେଶର ନଜର ରହିଛି ନିର୍ବାଚନ ଫଳାଫଳ ଉପରେ ।ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ଫଳାଫଳ ପ୍ରକାଶ ପାଇବ । ଭୋଟ୍ ଗଣତି ଆମ୍ଭ ହୋଇଗଲାଣି । ଏସବୁ ଭିତରେ ବିହାରରୁ ଆସିଛି ଏକ ଭୟଙ୍କର ଘଟଣା । ଏଠାରେ ଏକ ଓଭରବ୍ରିଜ୍ ଭୁଶୁଡି ପଡିଛି ।

ରିପୋର୍ଟ ଅନୁସାରେ, ରବିବାର ବିଳମ୍ବିତ ରାତ୍ରରେ ବିହାରର ଭାଗଲପୁରରେ ଏକ ବଡ ଅଘଟଣ ଘଟିଛି । ତେବେ ଏଥିରୁ ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗଙ୍ଗା ନଦୀରେ ନିର୍ମାଣ କରାଯାଇଥିବା ବିକ୍ରମଶିଳା ବ୍ରିଜର ଏକ ଅଂଶ ହଠାତ ଭୁଶୁଡି ପଡିଥିଲା । ସ୍ଥାନୀୟ ଅଧିକାରୀମାନେ ତୁରନ୍ତ ଲୋକଙ୍କୁ ସେଠାରୁ ହଟାଇ ନେଇଥିଲେ । ତେଣୁ କାହାରି କିଛି କ୍ଷତି ଘଟିନାହିଁ ।

ଜିଲ୍ଲାପାଳ ନବଲ କିଶୋଲ ଚୌଧରୀଙ୍କ କହିବାନୁସାରେ, ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଅଧିକାରୀ ଏବଂ ଆଇଆଇସି ସତର୍କତାପୂର୍ବକ ଲୋକଙ୍କୁ ଉଦ୍ଧାର କରିଛନ୍ତି । ଫଳରେ ବଡ ବିପଦ ଟଳିଯାଇଛି । ବ୍ରିଜଟି ପ୍ରଥମେ ଭାଙ୍ଗିଯିବ ବୋଲି ଜଣାପଡିଥିଲା । ଏହାପରେ ଲୋକଙ୍କୁ ହଟାଯାଇଥିଲା । ଏଥିରେ ପ୍ରାୟ୧୫ମିନିଟ୍ ଲାଗିଥିଲା । ଯାହାପରେ ବ୍ରିଜର କିଛି ଅଂଶ ଭୁଶୁଡି ପଡିଥିଲା । ଏହାର ସ୍ଲାବ୍ ଗଙ୍ଗା ନଦୀରେ ପଡିଥିଲା ।

ଅଘଟଣ ପରେ ବ୍ରିଜର ଉଭୟ ପାର୍ଶ୍ୱକୁ ସିଲ୍ କରାଯାଇଛି । ବ୍ରିଜ୍ ଉପରେ ସମସ୍ତ ଗାଡି ଚଳାଚଳ ଉପରେ ରୋକ୍ ଲାଗିଛି । ପ୍ରଶାସନ ପକ୍ଷରୁ ଆହୁରି କୁହାଯାଇଛି ଯେ, ବ୍ରିଜ୍ ଭାଙ୍ଗିଲା ପରେ ଅନ୍ୟ କୌଣସି ବିକଳ୍ପ ରାସ୍ତା ତିଆରି ହୋଇନାହିଁ । ରାତି ହୋଇଥିବାରୁ ଏହା ସମ୍ଭବପର ହୋଇପାରି ନଥିଲା । ତେଣୁ ଲୋକେ ମୁଙ୍ଗେର ରାସ୍ତା ଦେଇ ଯିବା ଆସିବା କରିବାକୁ କୁହାଯାଇଛି ।

ସୂଚନାଯୋଗ୍ୟ, ବ୍ରିଜଟି୨୦୦୧ମସିହାରେ ନିର୍ମାଣ କରାଯାଇଥିଲା । ସେତେବେଳେ ଏଥିରେ୨୦୦କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଯାହା ସାଢେକିଲୋମିଟର ଲମ୍ବା ହୋଇଥିବା ବେଳେ ପ୍ରତିଦିନ ହଜାର ହଜାର ଗାଡିମଟର ଏଠାରେ ଚଳପ୍ରଚଳ କରେ ।

 

 

 

ସୌଜନ୍ୟ Prameya News7