ଜାତୀୟ

ସାର୍ଥକ ସିଦ୍ଧାନ୍ତ ଲଞ୍ଚ କଲେ ଏହି ପୋର୍ଟାଲ, ସିବିଏସଇ ଟେଣ୍ଡରରେ ଜାଲିଆତି ଧରାଇ ଆସିଥିଲେ ଚର୍ଚ୍ଚାକୁ

Sarthak Sidhant launched a government procurement portal: ସାର୍ଥକ ଲେଖିଛନ୍ତି, ‘ସ୍ୱଚ୍ଛତା ସମସ୍ତଙ୍କ ପାଇଁ ସହଜରେ ଉପଲବ୍ଧ ହେବା ଆବଶ୍ୟକ। ଆଜିଠାରୁ ଏହା ସମ୍ଭବ ହୋଇପାରିଛି।’ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ୨ ସପ୍ତାହ ମଧ୍ୟରେ ସରକାରୀ ପୋର୍ଟାଲରୁ ଏହି ବିଶାଳ ଡାଟାବେସ୍ ପ୍ରସ୍ତୁତ କରାଯାଇଛି ଏବଂ ଏବେ ଦେଶର ସରକାରୀ କ୍ରୟ ପ୍ରକ୍ରିୟାର ସମସ୍ତ ବିବରଣୀ ସର୍ବସାଧାରଣଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ।

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ର ଡିଜିଟାଲ୍ ମୂଲ୍ୟାଙ୍କନ ଟେଣ୍ଡରରେ ଅନିୟମିତତାକୁ ସାମ୍ନାକୁ ଆଣି ସାରା ଦେଶରେ ଚର୍ଚ୍ଚାରେ ଥିବା ଦ୍ୱାଦଶ ଶ୍ରେଣୀର ଛାତ୍ର ସାର୍ଥକ ସିଦ୍ଧାନ୍ତ ପୁଣି ଏକ ବଡ଼ ସଫଳତା ହାସଲ କରିଛନ୍ତି। ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ଲକ୍ଷ୍ୟରେ ସେ ସରକାରଙ୍କ ସେଣ୍ଟ୍ରାଲ ପବ୍ଲିକ ପ୍ରୋକ୍ୟୁରମେଣ୍ଟ ପୋର୍ଟାଲ୍‌ରୁ ପ୍ରାୟ ୧.୬୬ କୋଟି  ତଥ୍ୟ ବା ରେକର୍ଡ ସଂଗ୍ରହ କରି ଏକ ସ୍ୱତନ୍ତ୍ର ପବ୍ଲିକ ପୋର୍ଟାଲ୍ ଲଞ୍ଚ କରିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏହି ସୂଚନା ଦେଇ ସାର୍ଥକ ଲେଖିଛନ୍ତି, ‘ସ୍ୱଚ୍ଛତା ସମସ୍ତଙ୍କ ପାଇଁ ସହଜରେ ଉପଲବ୍ଧ ହେବା ଆବଶ୍ୟକ। ଆଜିଠାରୁ ଏହା ସମ୍ଭବ ହୋଇପାରିଛି।’ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ୨ ସପ୍ତାହ ମଧ୍ୟରେ ସରକାରୀ ପୋର୍ଟାଲରୁ ଏହି ବିଶାଳ ଡାଟାବେସ୍ ପ୍ରସ୍ତୁତ କରାଯାଇଛି ଏବଂ ଏବେ ଦେଶର ସରକାରୀ କ୍ରୟ ପ୍ରକ୍ରିୟାର ସମସ୍ତ ବିବରଣୀ ସର୍ବସାଧାରଣଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ।

ରାଞ୍ଚିର ବାସିନ୍ଦା ସାର୍ଥକ ସିଦ୍ଧାନ୍ତ ସାଧାରଣ ଜନତା, ଅନୁସନ୍ଧାନକାରୀ ଓ ସାମ୍ବାଦିକମାନଙ୍କୁ ଏହି ଡାଟାବେସ୍ ଡାଉନଲୋଡ୍ କରି ଏହା ଉପରେ ଅଧିକ ଅଧ୍ୟୟନ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ସରକାରୀ ଅର୍ଥ କେଉଁଠି ଏବଂ କିପରି ଖର୍ଚ୍ଚ ହେଉଛି, ତାହା ଜାଣିବା ପ୍ରତ୍ୟେକ ନାଗରିକଙ୍କର ଅଧିକାର। ଏହା  କେବଳ ଆରମ୍ଭ ମାତ୍ର, ଆଗାମୀ ଦିନରେ ସେ ଏଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆଣିବେ।

ସାର୍ଥକ ସିଦ୍ଧାନ୍ତ ପ୍ରଥମେ  ସିବିଏସଇର ଅନ୍-ସ୍କ୍ରିନ୍ ମାର୍କିଂ (OSM) ସିଷ୍ଟମ ଏବଂ ଦ୍ୱାଦଶ ଶ୍ରେଣୀର ଉତ୍ତରଖାତା ଡିଜିଟାଲ୍ ମୂଲ୍ୟାଙ୍କନ ପାଇଁ ଜାରି ହୋଇଥିବା ସରକାରୀ ଟେଣ୍ଡର ଡକ୍ୟୁମେଣ୍ଟର ଏକ  ବିଶ୍ଳେଷଣ ନିଜ ବ୍ଲଗ୍‌ରେ ପ୍ରକାଶ କରି ଚର୍ଚ୍ଚାକୁ ଆସିଥିଲେ ।  ସାର୍ଥକ ନିଜ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ବାହାରିବା ପରେ ନିଜ ଖାତାର ସ୍କାନ କପି ମଗାଇଥିଲେ।  କିଛି ତ୍ରୁଟି ଓ ଅସଙ୍ଗତି ଦେଖିବା ପରେ ସେ ଏହାର ଗଭୀରତାକୁ ଯାଇଥିଲେ। ଅନ୍ୟ ଛାତ୍ରଛାତ୍ରୀମାନେ ମଧ୍ୟ ଡିଜିଟାଲ୍ ମୂଲ୍ୟାଙ୍କନର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇବା ପରେ, ସାର୍ଥକ ସିବିଏସଇ ପକ୍ଷରୁ ସାର୍ବଜନୀନ କରାଯାଇଥିବା ବିଭିନ୍ନ ଟେଣ୍ଡର ଓ କ୍ରୟ ସମ୍ବନ୍ଧୀୟ ଦଲିଲଗୁଡ଼ିକୁ ପରସ୍ପର ସହ ତୁଳନା କରିବା ଆରମ୍ଭ କରିଥିଲେ।

ଏହି ଅନୁସନ୍ଧାନରୁ ସେ ସିବିଏସଇ ଡିଜିଟାଲ୍ ଖାତା ଦେଖା ଟେଣ୍ଡର ପ୍ରକ୍ରିୟାରେ ବଡ଼ ଧରଣର ଗୋଳମାଳ ଓ ପାର୍ଥକ୍ୟ ଧରାଇଥିଲେ, ଯାହା ପରବର୍ତ୍ତୀ ସମୟରେ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିଲା। ବର୍ତ୍ତମାନ ସେହି ଅନୁଭବକୁ ବ୍ୟବହାର କରି ସେ ସମଗ୍ର ଦେଶର ସରକାରୀ ଟେଣ୍ଡର ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ପାଇଁ ଏହି ସର୍ବସାଧାରଣ ପୋର୍ଟାଲ୍ ନିର୍ମାଣ କରିଛନ୍ତି, ଯାହାକୁ ସବୁ ମହଲରୁ ପ୍ରଶଂସା କରାଯାଉଛି।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button