ପୁରୀରେ କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳି ପଞ୍ଜୀକରଣ: ମାତ୍ର ୪୦ ମିନିଟ୍ ଖୋଲାରହିଲା,୧୧ରେ ଚୂଡାନ୍ତ ତାଲିକା

ପୁରୀ,୦୭\୧୦: ୱେବସାଇଟ୍ ଖୋଲିବାର ମାତ୍ର ୪୦ ମିନିଟି ପରେ ହବିଷ୍ୟାଳି ପଞ୍ଜୀକରଣ ବନ୍ଦ । ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇଯିବାରୁ ପ୍ରଶାସନିକ ଏହି ପଦକ୍ଷେପ ନିଆଯାଇଛି । ପୂର୍ବ ପ୍ରସ୍ତୁତି ମୁତାବକ ମଙ୍ଗଳବାର ଦିନ ୧୦ଟାରେ ୱେବସାଇଟ୍ ଖୋଲିଥିଲା । ପ୍ରାୟ ୨୮୦୦ ଆଶାୟୀ ପଞ୍ଜୀକରଣ କରିଥିଲେ । ୧୦ଟା ୪୫ ବେଳକୁ ଆଉ ୱେବସାଇଟରେ ପଞ୍ଜୀକରଣ ହୋଇପାରିନଥିଲା ।
ଏହି ଆବେଦନଗୁଡ଼ିକ ଯାଞ୍ଚ କରି ପ୍ରାୟ ୨୫ ଶହରୁ ୨୬ ଶହ ହବିଷ୍ୟାଳିଙ୍କୁ କାତ୍ତି ର୍କ ମାସରେ ରାଇଦାମୋଦର ବ୍ରତ ପାଳନ ନିମନ୍ତେ ପ୍ରଶାସନିକ ସ୍ଥିରିକୃତ ହବିଷ୍ୟାଳି କେନ୍ଦ୍ରମାନଙ୍କରେ ରହଣି ନିମନ୍ତେ ଚୂଡ଼ାନ୍ତ ପଦକ୍ଷେପ ନିଆଯିବ । ସେମାନେ ମାଗଣାରେ ପୁରୀରେ ରହି ରାଇଦାମୋଦର ବ୍ରତ ପାଳନ, ମହାପ୍ରସାଦ ସେବନ, ନିତ୍ୟ ଜଗନ୍ନାଥ ଦର୍ଶନ ପ୍ରଭୃତିର ସୁବିଧା ପାଇବେ । କେଉଁମାନେ ଚୟନ ହେଲେ ସେ ବାବଦରେ ପ୍ରଶାସନ ଯୋଗ୍ୟ ହିତାଧିକାରୀଙ୍କ ନିକଟକୁ ବାର୍ତ୍ତା ପଠାଇବ । ଆସନ୍ତା ୧୧ ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ସେପଟେ ଶୀଘ୍ର ୱେବସାଇଟ୍ ବନ୍ଦ ହେବାରୁ ଅନେକ ହବିଷ୍ୟାଳି ପଞ୍ଜୀକରଣ କରିନପାରି ଅସନ୍ତୋଷ ପ୍ରକାଶ କରିଛନ୍ତି ।
ସୌଜନ୍ୟ ପ୍ରମେୟ



