ଦେଶ ବିଦେଶ
ସ୍ବୀକାର କଲେ ଅମରିନ୍ଦର ସିଂହ, ଅନ୍ତଃକନ୍ଦଳ ପାଇଁ ଦଳ କ୍ଷତି ସହୁଛି; ମୋ ସହ କିଛି ନେତାଙ୍କର ସମସ୍ୟା ରହିଛି
ଅମରିନ୍ଦର ମଧ୍ୟ ଗୁୁରୁବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ତାଙ୍କ ବାୟୋ ଅପଡେଟ୍ କରିଛନ୍ତି । ସେ ତାଙ୍କ ବାୟୋରେ ପଞ୍ଜାବ କଂଗ୍ରେସର ‘ପୂର୍ବତନ ସଭାପତି’ ବୋଲି ଲେଖିଛନ୍ତି । ଲୁଧିଆନା ସାଂସଦ ୱାରିଙ୍ଗ ତାଙ୍କ ସ୍ଥାନରେ ନୂଆ ନିଯୁକ୍ତି ସଂକ୍ରାନ୍ତରେ ସୂଚନା ପାଇବା ପରେ ପାର୍ଟି ହାଇକମାଣ୍ଡଙ୍କୁ ତାଙ୍କ ଇସ୍ତଫାପତ୍ର ପଠାଇଥିଲେ ।

ଚଣ୍ଡୀଗଡ଼ : ଅମରିନ୍ଦର ସିଂହ ରାଜା ୱାରିଙ୍ଗ ପଞ୍ଜାବ କଂଗ୍ରେସ ମୁଖ୍ୟ ପଦରୁ ଇସ୍ତଫା ଦେବାପରେ ସ୍ବୀକାର କରିଛନ୍ତି ଯେ, ଦଳ ମଧ୍ୟରେ ଅନ୍ତଃକନ୍ଦଳ ହିଁ ଦଳର କ୍ଷତି କରୁଛି । କିନ୍ତୁ ଅନୁଷ୍ଠାନରେ କାହା ସହ ତାଙ୍କର କୌଣସି ସମସ୍ୟା ନାହିଁ ବୋଲି ସେ କହିଛନ୍ତି । ଏକ ସାକ୍ଷାତ୍କାରରେ ୱାରିଙ୍ଗ କାହାର ନାଁ ନ ନେଇ କହିଛନ୍ତି, ପଞ୍ଜାବ କଂଗ୍ରେସରେ କିଛି ନେତାଙ୍କର ମୋ ସହ କିଛି ସମସ୍ୟା ଥାଇପାରେ । ୱାରିଙ୍ଗ କହିଛନ୍ତି, ଯେଉଁଠି ବି ଦେଖ ଅନ୍ତଃକନ୍ଦଳ ହିଁ କ୍ଷତି ଘଟାଏ । ଆମେ ମଧ୍ୟ ଏଥିପାଇଁ କ୍ଷତି ସହୁଛୁ ।
ସୌଜନ୍ୟ ସମ୍ବାଦ




