Breakingଅପରାଧ

ସ୍ୱାମୀର ପରକୀୟା ପ୍ରୀତିକୁ ସହିପାରିଲେନି ପତ୍ନୀ, ବିଚ୍ ରାସ୍ତାରେ ଦେଲେ ଶାସ୍ତି

ଯାଜପୁର:ପ୍ରେମ ବନାମ ପରକୀୟା ପ୍ରୀତି। ଗୋଟିଏ ସଂସାର ଯୋଡ଼ି ଦିଏ ତ ଅନ୍ୟଟି ପୁରା ସଂସାରକୁ ଉଜାଡ଼ି ଦେଇଥାଏ। କେତେବେଳେ ପ୍ରତାରଣାର ଶିକାର, ତ କେତେବେଳେ ମର୍ଡର। ପରକୀୟା ପ୍ରୀତି ଏବେ ଓଡ଼ିଶାର ଗାଁଗହଳିରେ ପହଞ୍ଚିଛି।ଏଥିପାଇଁ କାହାର ସଂସାର ଉଜୁଡ଼ିଛି ତ କାହାର ଜୀବନ ଯାଉଛି।ଆମେ ଏମିତି ଏକ କାହାଣୀ ବିଷୟରେ କହିବାକୁ ଯାଉଛୁ ଯେକେହି ଆଶ୍ଚର୍ଯ୍ୟ ହୋଇଯିବ। ପେଟେଣ୍ଟ୍ ମେଡିସନ ଉପନ୍ୟାସ ଆଜି ରିଅଲରେ ଦେଖିବାକୁ ମିଳିଛି। ତାହାବି ପୁଣି ଓଡ଼ିଶାରେ। ହେଲେ ଏ ମେଡିସିନ ସ୍ୱାମୀ ଉପରେ ନୁହେଁ, ଚୋରା ପିରତି ରଖିଥିବା ମହିଳାଙ୍କ ଉପରେ।

ସ୍ୱାମୀଙ୍କ ଚୋରାପୀରତି ନେଇ ସ୍ତ୍ରୀଙ୍କୁ ମିଳିଥିଲା ପକ୍କା ଖବର। ପ୍ରମାଣିତ ହେବା ପରେ ଯୁବତୀଙ୍କୁ ପାନେ ଦେବାକୁ ସ୍ତ୍ରୀ ଅଣ୍ଟା ଭିଡିଲେ। ଆଉ ସିଧାସିଧା ଯାଇ ସଂପୃକ୍ତ ଯୁବତୀଜଣକ କାମ କରୁଥିବା କପଡ଼ା ଦୋକାନରେ ହାଜର। ପହଞ୍ଚିବା ମାତ୍ରେ କିଛି ଆଲୋଚନା ନାହିଁ କି ଅଭିଯୋଗ ନାହିଁ, ସିଧା ଆଟାକ୍। ଆଖିବୁଜି ଯୁବତୀଙ୍କୁ ପିଟିବା ଆରମ୍ଭ କଲେ। ବଲାଙ୍ଗିର ସହର ଭିତରେ ଗତକାଲି ରାତି ପ୍ରାୟ ୮ଟାରେ ଏଭଳି ଘଟଣାକୁ ନେଇ ଚାଞ୍ଚଲ୍ୟ।

ସ୍ଥାନୀୟ ସମଲେଇ ମନ୍ଦିରଠାରୁ ରାସ୍ତାରେ ପିଟିପିଟି ଟାଉନ ଥାନା ପର୍ଯ୍ୟନ୍ତ ଆଣିଥିଲେ ମହିଳା। ରାସ୍ତା ସାରା ଲୋକେ ଦେଖଣାହାରୀ ସାଜିଲେ। ସ୍ଥାନୀୟ ସମଲେଶ୍ୱରୀ ମନ୍ଦିର ନିକଟରେ ଥିବା ଏକ କପଡ଼ା ଦୋକାନରୁ ଜଣେ ଯୁବତୀକୁ ଜଣେ ମହିଳା ଜୋରଜବରଦସ୍ତ ଟାଣିଟାଣି ଆଣିଲେ । ରାସ୍ତା ଯାକ ଚପଲରେ ପିଟିପିଟି ଟାଉନ ଥାନାକୁ ଆସିଲେ ।

ମାଡ଼ ମାରିଥିବା ମହିଳା ଜଣକ ସ୍ଥାନୀୟ ଚିମନିଭାଟି ପଡ଼ାର ବୋଲି କୁହାଯାଉଛି । ତାଙ୍କ ସ୍ୱାମୀଙ୍କ ସହିତ ଯୁବତୀଙ୍କ ଚୋରପୀରତି ଚାଲିଥିବା ମହିଳା ଜଣକ ଅଭିଯୋଗ କରୁଥିଲେ । ଯୁବତୀ ଜଣକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରଥିବା ଜଣାପଡ଼ିଛି । ତେବେ ମହିଳାଙ୍କ ସ୍ୱାମୀଙ୍କ ପ୍ରତିକ୍ରିୟା ଜଣାପଡ଼ିନାହିଁ।

 

 

 

ସୌଜନ୍ୟ Prameya News7

Show More
Back to top button