ଦେଶ ବିଦେଶ

ୟୁପିରୁ ଜୈସ ଆତଙ୍କବାଦୀ ଗିରଫ

ଲକ୍ଷ୍ନୌ : ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ସମ୍ପର୍କରେ ଥିବା ଜଣେ ଆତଙ୍କବାଦୀକୁ ଉତ୍ତରପ୍ରଦେଶ ଆତଙ୍କବାଦୀ ନିରୋଧ ସ୍କ୍ବାଡ (ଏଟିଏସ୍‌) ସୋମବାର ଗିରଫ କରିଛି। ଗିରଫ ଆତଙ୍କବାଦୀ ହେଲା ବିହାର ପୂର୍ଣ୍ଣିଆ ଜିଲାର ମହମ୍ମଦ ଜାଫର।  ଜାଫର ଏକ ମଦ୍ରାସା ନାମରେ ପାଣ୍ଠି ସଂଗ୍ରହ କରୁଥିଲା। ସଂଗୃହୀତ ପାଣ୍ଠିକୁ ସେ ପାକିସ୍ତାନକୁ ପଠାଇବା ଲାଗି ଉଦ୍ୟମ କରୁଥିଲା। ଭାରତରେ ଜିହାଦ କାର୍ଯ୍ୟକଳାପ ଲାଗି ସେ ଏହି ପାଣ୍ଠି ପଠାଉଥିଲା। ଏଟିଏସ୍‌ର କହିବା ଅନୁଯାୟୀ ଜୈସ ମୁଖ୍ୟ ମୌଲାନା ମାସୁଦ ଆଝାର ଦ୍ବାରା ପ୍ରଭାବିତ ହୋଇ ଏପରି କାର୍ଯ୍ୟ ଚଳାଇଥିଲା।  ଜାଫର ପୂର୍ବରୁ ମିରଟର ଏକ ମଦ୍ରାସାରେ ପଢୁଥିଲା। ପରେ ସେ ଉତ୍ତରପ୍ରଦେଶରେ ରହି ନିଜର ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିଲା।

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button