ଖେଳଜାତୀୟ

୧୦୫୦ ଦିନ ପରେ ଟି୨୦ ସିରିଜ୍ ହାରିଲା ଟିମ୍ ଇଣ୍ଡିଆ ! ଶ୍ରେୟସଙ୍କ ନାଁରେ ଏବେ ଅଲୋଡା ରେକର୍ଡ

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଆୟରଲ୍ୟାଣ୍ଡ୍ ବିପକ୍ଷରେ ଦଳର ବ୍ୟାଟିଂ ଦୁର୍ବଳତା ପଦାରେ ପଡିଛି । ଟପ୍ ଅର୍ଡର୍ ଫେଲ୍ ମାରିଛନ୍ତି । ସଞ୍ଜୁ ସାମସନ, ଇଶାନ କିଶାନଙ୍କ ଭଳି ବ୍ୟାଟର ଫ୍ଲପ୍ ହୋଇଛନ୍ତି । ନିଜେ ଅଧିନାୟକ ଶ୍ରେୟସ ଆୟରଙ୍କ ବ୍ୟାଟରୁ ରନ୍ ବାହାରିନି । ଯାହା ଦଳର ଦୁର୍ଗତିର ବଡ କାରଣ । ଅନ୍ୟ ଦିଗରେ ଦଳରେ ଜାଗା ମିଳିଥିଲେ ବି ଚୂଡାନ୍ତ ଏକାଦଶରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳୁନାହିଁ ।

ନୁଆଦିଲ୍ଲୀ,୨୯|୦୬ଯାହା ଇତିହାତରେ କେବେ ହୋଇନଥିଲା ତାହା ହୋଇଛି । ଆୟାର୍ଲ୍ୟାଣ୍ଡଠାରୁ ଟି୨୦ ସିରିଜ୍ ହାରିଛି ଟିମ୍ ଇଣ୍ଡିଆ । ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଦଳ ୦-୨ରେ ପରାସ୍ତ ହୋଇଛି । ଯାହା ତାଙ୍କର ନୂଆ ନେତୃତ୍ୱ ଉପରେ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି । ତେବେ ଭାରତର ଏହି ପରାଜୟ ୧୦୫୦ ଦିନ ପରେ ପ୍ରଥମ ସିରିଜ୍ ପରାଜୟ ଅଟେ । ଶେଷଥର ପାଇଁ ଦଳ ୨୦୨୬ ଅଗଷ୍ଟ ମାସରେ ଓ୍ୱେଷ୍ଟ୍ ଇଣ୍ଡିଜଠୁ ପରାସ୍ତ ହୋଇଥିଲା ।

ଆୟରଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି୨୦ ମୁକାବିଲାରେ ଭାରତ ୩୪ ରନରେ ପରାସ୍ତ ହୋଇଥିଲା । ଦ୍ୱିତୀୟ ମ୍ୟାଚରେ ଦଳ ଏକ ରନରେ ମାତ୍ ଖାଇଛି । ୧୫୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଟିମ୍ ୧୫୩ ରନରେ ଅଟକି ଯାଇଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଆୟରଲ୍ୟାଣ୍ଡ୍ ବିପକ୍ଷରେ ଦଳର ବ୍ୟାଟିଂ ଦୁର୍ବଳତା ପଦାରେ ପଡିଛି । ଟପ୍ ଅର୍ଡର୍ ଫେଲ୍ ମାରିଛନ୍ତି । ସଞ୍ଜୁ ସାମସନ, ଇଶାନ କିଶାନଙ୍କ ଭଳି ବ୍ୟାଟର ଫ୍ଲପ୍ ହୋଇଛନ୍ତି । ନିଜେ ଅଧିନାୟକ ଶ୍ରେୟସ ଆୟରଙ୍କ ବ୍ୟାଟରୁ ରନ୍ ବାହାରିନି । ଯାହା ଦଳର ଦୁର୍ଗତିର ବଡ କାରଣ । ଅନ୍ୟ ଦିଗରେ ଦଳରେ ଜାଗା ମିଳିଥିଲେ ବି ଚୂଡାନ୍ତ ଏକାଦଶରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳୁନାହିଁ ।

ଆୟରଲ୍ୟାଣ୍ଡର ପ୍ରଥମ ସିରିଜ୍ ବିଜୟ

ଭାରତକୁ ହରାଇ ଆୟରଲ୍ୟାଣ୍ଡ୍ ଇତିହାସ ଲେଖିଛି । ଦଳ କେବେ କେଉଁ ଫର୍ମାଟରେ ଭାରତ ବିପକ୍ଷରେ ସିରିଜ୍ ଜିତି ନଥିଲା । ଯାହା ଶ୍ରେୟସଙ୍କ ନେତୃତ୍ୱରେ ଭାରତର ଅଲୋଡା ରେକର୍ଡ ତାଲିକାରେ ସାମିଲ ହୋଇଛି ।

ଅଧିନାୟକଙ୍କ ପ୍ରତିକ୍ରିୟା

ଆୟରଲ୍ୟାଣ୍ଡଠୁ ସିରିଜ୍ ହାରିବା ପରେ ଅଧିନାୟକ ଶ୍ରେୟସ କହିଛନ୍ତି ଯେ, ଏହା ଏକ ଭଲ ସିଲିଜ୍ ନୁହେଁ । କିନ୍ତୁ ବିପକ୍ଷ ଖେଳାଳି ଭଲ ଖେଳିଛନ୍ତି । ସେମାନଙ୍କ ପାଖରେ ଓ୍ୱିକେଟ୍ ବାବଦରେ ଅଭିଜ୍ଞତା ରହିଛି । ଅନେକ କ୍ଷେତ୍ରରେ ସେମାନେ ଭାରତୀୟ ଖେଳାଳିଙ୍କୁ ପଛରେ ପକାଇ ଦେଇଛନ୍ତି । ସେମାନଙ୍କ ପାଖରେ ଭଲ ଯୋଜନା ଥିଲା ।

ଅନ୍ୟ ଦିଗରେ ଆୟରଲ୍ୟାଣ୍ଡ ଦଳର ଅଧିନାୟକ ଲୋରକାନ୍ ଟକର୍ ନିଜ ଖେଳାଳିଙ୍କୁ ପ୍ରଶଂସା କରିଛନ୍ତି । ଏହା ଦଳଗତ ପ୍ରଦର୍ଶନ ବୋଲି ସେ କହିଛନ୍ତି।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button