ଖେଳଜାତୀୟ

Odia In FIFA World Cup: ଫିଫା ଇନଷ୍ଟାଗ୍ରାମରେ ଓଡ଼ିଆ ଶବ୍ଦ ‘ଯାଦୁକର’, ବିଶ୍ୱ ମଞ୍ଚରେ ଗର୍ବିତ ହେଲେ ଓଡ଼ିଆ

ଫିଫା (FIFA) ବିଶ୍ୱକପ୍ ୨୦୨୬ ଚାଲିଥିବା ବେଳେ ଏହାର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ 'ଯାଦୁକର' ଓଡ଼ିଆ ଶବ୍ଦର ବ୍ୟବହାର କରାଯାଇଛି। ବିଶ୍ୱସ୍ତରୀୟ ମଞ୍ଚରେ ଓଡ଼ିଆ ଭାଷାର ଏହି ପ୍ରୟୋଗ ସମସ୍ତ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ ହୋଇଛି।

ଫିଫା ବିଶ୍ୱକପ୍ ୨୦୨୬ ମହାକୁମ୍ଭ ଚାଲିଥିବା ବେଳେ ଓଡ଼ିଆ ଭାଷାଭାଷୀଙ୍କ ପାଇଁ ଏକ ଅତ୍ୟନ୍ତ ଗର୍ବ ଓ ଆନନ୍ଦର ମୁହୂର୍ତ୍ତ । ଫୁଟବଲର ବିଶ୍ୱକପ କରାଉଥିବା  ‘ଫିଫା’ (FIFA) ନିଜର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଓଡ଼ିଆ ଶବ୍ଦର ବ୍ୟବହାର କରିଛି।

ଫିଫା ତା’ର ଇନଷ୍ଟାଗ୍ରାମ ପୋଷ୍ଟରେ ଜଣେ ଖେଳାଳିଙ୍କ କୌଶଳକୁ ବର୍ଣ୍ଣନା କରିବାକୁ ଯାଇ ଓଡ଼ିଆ ଶବ୍ଦ‘ଯାଦୁକର’(Magician) ର ବ୍ୟବହାର କରିଛି। ଏହି ପୋଷ୍ଟଟି ସୋସିଆଲ୍ ମିଡ଼ିଆରେ ନିଆଁ ଭଳି ବ୍ୟାପିଯାଇଛି। ଓଡ଼ିଆ ଭାଷାର ଏକ ଶବ୍ଦକୁ ବିଶ୍ୱସ୍ତରୀୟ ମଞ୍ଚରେ ସ୍ଥାନ ମିଳିବା ଓଡ଼ିଆ ପ୍ରଶଂସକଙ୍କ ପାଇଁ ଏକ ବଡ଼ ସମ୍ମାନର ବିଷୟ ପାଲଟିଛି।

ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ?

ଫୁଟବଲ୍ ଭଳି ଏକ ବିଶ୍ୱବ୍ୟାପୀ କ୍ରୀଡ଼ା ମଞ୍ଚରେ ଓଡ଼ିଆ ଭାଷାର ଉପସ୍ଥିତି ଦର୍ଶାଉଛି ଯେ, ଓଡ଼ିଆ ଭାଷାର ମହତ୍ତ୍ୱ ଓ ଏହାର ଶବ୍ଦ ସମ୍ଭାର ଏବେ ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ପାଉଛି। ଫିଫାର ଏଭଳି ପଦକ୍ଷେପ ଓଡ଼ିଶାର ଲକ୍ଷ ଲକ୍ଷ ଫୁଟବଲ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି। ଏହି ଘଟଣାଟି କେବଳ ଏକ ପୋଷ୍ଟ ନୁହେଁ, ବରଂ ଓଡ଼ିଆ ସଂସ୍କୃତି ଓ ଭାଷା ପାଇଁ ଏକ ବିଶ୍ୱବ୍ୟାପୀ ସ୍ୱୀକୃତି।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button