ବିଶେଷ

Odisha map: ଓଡ଼ିଶାର ମାନଚିତ୍ର ବଦଳାଇଦେବ ରାସ୍ତା

ରାସ୍ତା ସାନ୍ଦ୍ରତାରେ ଓଡ଼ିଶା ଦେଶରେ ଅଷ୍ଟମ ସ୍ଥାନରେ ଅଛି। ଆସନ୍ତା ୩ବର୍ଷରେ ଓଡ଼ିଶା ଦେଶର ପ୍ରଥମ ତିନିଟି ରାଜ୍ୟରେ ସାମିଲ ହେବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ୫ବର୍ଷରେ ୭୫ହଜାର କିମି ରାସ୍ତା ନିର୍ମାଣ...

ରାସ୍ତା ସାନ୍ଦ୍ରତାରେ ଓଡ଼ିଶା ଦେଶରେ ଅଷ୍ଟମ ସ୍ଥାନରେ ଅଛି। ଆସନ୍ତା ୩ବର୍ଷରେ ଓଡ଼ିଶା ଦେଶର ପ୍ରଥମ ତିନିଟି ରାଜ୍ୟରେ ସାମିଲ ହେବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ୫ବର୍ଷରେ ୭୫ହଜାର କିମି ରାସ୍ତା ନିର୍ମାଣ ହେବ, ଏଥିରୁ କେବଳ ୧୫ହଜାର କିମି ରାସ୍ତା ପୂର୍ତ୍ତ ବିଭାଗ ନିର୍ମାଣ କରିବ। ରାଜ୍ୟରେ ପର୍ଯ୍ୟଟନ, ଶିଳ୍ପକୁ ସମୃଦ୍ଧ କରିବା ସହ ଲଜିଷ୍ଟିକ୍ ହବ୍‌ରେ ପରିଣତ କରିବା ଲକ୍ଷ୍ୟ ରଖାଯାଇଛି। ଯେଉଁଠି ପହଞ୍ଚିବାକୁ ୯ଘଣ୍ଟା ଲାଗୁଛି ତାକୁ ୩ଘଣ୍ଟାକୁ କମାଇବା, ଯେଉଁଠିକୁ ଦେଢ଼ଘଣ୍ଟା ଲାଗୁଛି ତାକୁ ୩୦ମିନିଟ୍‌କୁ କମାଇବା ପାଇଁ ନକ୍ସା ପ୍ରସ୍ତୁତ ହୋଇଛି। ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣକୁ ସଂଯୋଗ କରି ମେରୁଦଣ୍ଡ ଭଳି ରାସ୍ତା ନିର୍ମାଣ ହେବ। ରାଜ୍ୟ ଭିତରେ ଯେଉଁଠି ପହଞ୍ଚିବାକୁ ରାତି ପାହି ଯାଉଥିଲା ସେଠାରେ ମାତ୍ର କେଇ ଘଣ୍ଟାରେ ପହଞ୍ଚି ହେବ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା, ୨୦୪୭ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ଗମନାଗମନ ଭିତ୍ତିଭୂମି, ରୋଡ୍‌ ନେଟ୍‌ୱର୍କ‌ରେ ସାରା ଦେଶରେ ଯେତେବେଳେ କୌଣସି ରାଜ୍ୟ ନାଁ କୁହାଯିବ ତାହା ଓଡ଼ିଶା ହେବ। ଏଥିପାଇଁ ଓଡ଼ିଶାର ଅପହଞ୍ଚ ଅଞ୍ଚଳକୁ ଚିରି ରାସ୍ତା ବିଛାଇବାକୁ ହୋଇଛି ପ୍ରାୟ ୧ଲକ୍ଷ କୋଟି ଟଙ୍କାର ଯୋଜନା।

 

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button