ଦେଶ ବିଦେଶ

Orange Alert Issued In Delhi: ଦିଲ୍ଲୀକୁ ଅଣନିଶ୍ବାସୀ କଲାଣି ବାୟୁ ପ୍ରଦୂଷଣ: ୭୦୦ରୁ ଅଧିକ ବିମାନ ଚଳାଚଳ ପ୍ରଭାବିତ, ବିଳମ୍ବରେ ଗଡ଼ୁଛି ୩୨ଟି ଟ୍ରେନ୍

ଦିଲ୍ଲୀକୁ ଅଣନିଶ୍ବାସୀ କଲାଣି ବାୟୁ ପ୍ରଦୂଷଣ। ୭୦୦ରୁ ଅଧିକ ବିମାନ ଚଳାଚଳ ପ୍ରଭାବିତ। ବିଳମ୍ବରେ ଗଡ଼ୁଛି ୩୨ଟି ଟ୍ରେନ୍। ଅ‌ାଜି ଜାତୀୟ ରାଜଧାନୀରେ ସ୍ଥିତି ଆହୁରି ଗମ୍ଭୀର ହୋଇଛି। ବିମାନ ସହ ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି।

ନୂଆଦିଲ୍ଲୀ: ଦିଲ୍ଲୀକୁ ଅଣନିଶ୍ବାସୀ କଲାଣି ବାୟୁ ପ୍ରଦୂଷଣ। ୭୦୦ରୁ ଅଧିକ ବିମାନ ଚଳାଚଳ ପ୍ରଭାବିତ। ବିଳମ୍ବରେ ଗଡ଼ୁଛି ୩୨ଟି ଟ୍ରେନ୍। ଅ‌ାଜି ଜାତୀୟ ରାଜଧାନୀରେ ସ୍ଥିତି ଆହୁରି ଗମ୍ଭୀର ହୋଇଛି। ବିମାନ ସହ ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଗତ କିଛି ଦିନ ହେବ ଶୀତ ବଢ଼ିବା ସାଙ୍ଗକୁ ବଢ଼ିଛି କୁହୁଡ଼ି। ଧଳା ଚାଦରରେ ଘୋଡ଼ାଇ ହୋଇ ରହିଛି ସାରା ଦେଶ। ବିଭିନ୍ନ ସ୍ଥାନରେ କୁକୁଡ଼ି ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ବିଶେଷ କରି ଦିଲ୍ଲୀରେ। ପ୍ରତିଦିନ ଘନ କୁହୁଡ଼ି ପାଇଁ ଦିଲ୍ଲୀରେ ଦୁର୍ଘଟଣା ଘଟୁଥିବା ଖବର ମିଳୁଛି। ଏହା ସହ ଦୃଶ୍ୟମାନ୍ୟତା କମ ହେବାରୁ ଏକାଧିକ ବିମାନ ମଧ୍ୟ ବାତିଲ ହେଉଛି।

୭୦୦ରୁ ଅଧିକ ବିମାନ ପ୍ରଭାବିତ

ଆଜି ଦିଲ୍ଲୀରେ ଦୃଶ୍ୟମାନତା ହ୍ରାସ ପାଇବାରୁ ୭୦୦ରୁ ଅଧିକ ବିମାନ ପ୍ରଭାବିତ ହୋଇଛି ଏବଂ ଅତି କମରେ ୧୭୭ଟି ବାତିଲ କରାଯାଇଛି। ବିମାନ ବନ୍ଦର ଅଧିକାରୀମାନେ କହିଛନ୍ତି ଯେ, ଦୁଇଟି ଅନ୍ତର୍ଜାତୀୟ ବିମାନ ସମେତ ୮୮ଟି ବିମାନର ଉଡ଼ାଣ ଏବଂ ୮୯ଟି ବିମାନର ଅବତରଣ ବାତିଲ କରାଯାଇଛି।

ରବିବାର ଓ ସୋମବାର ମିଳିପାରେ ଆଶ୍ବସ୍ତି

ଆଜି ଦିଲ୍ଲୀର ଅନେକ ସ୍ଥାନରେ ଘନ କୁହୁଡ଼ି ଦେଖାଯିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି। ଦୃଶ୍ୟମା‌ନ୍ୟତା ଶୂନ ହେବାର ସମ୍ଭାବନା ଥିବାରୁ ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ କୁହାଯାଇଛି।

 

ସୌଜନ୍ୟ ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button