ଦେଶ ବିଦେଶ

Gutka Stained Dustbin On Sale: ବିକ୍ରି ପାଇଁ ରଖାଯାଇଥିବା ଡଷ୍ଟବିନରେ ଗୁଟଖା ଛେପ ପକାଇଦେଲେ ଲୋକେ, ଭାଇରାଲ ହେଲା ଭିଡିଓ

ବଦନାମ କରିଦେଲା ଡଷ୍ଟବିନ। ଭାଇରାଲ ହେଲା ପାନ ଛେପ ପଡ଼ିଥିବା ଡଷ୍ଟବିନର ଭିଡିଓ। ବିକିବା ପାଇଁ ରଖାଯାଇଥିବା ଡଷ୍ଟବିନର ଏଭଳି ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ। ଇନଷ୍ଟାଗ୍ରାମ ରେ ଭାଇରାଲ ହେଲା ଭିଡିଓ।

କାନପୁର: ବଦନାମ କରିଦେଲା ଡଷ୍ଟବିନ। ଭାଇରାଲ ହେଲା ପାନ ଛେପ ପଡ଼ିଥିବା ଡଷ୍ଟବିନର ଭିଡିଓ। ବିକିବା ପାଇଁ ରଖାଯାଇଥିବା ଡଷ୍ଟବିନର ଏଭଳି ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହେଲେ ଲୋକେ। ଇନଷ୍ଟାଗ୍ରାମ ରେ ଭାଇରାଲ ହେଲା ଭିଡିଓ।

ବିକ୍ରି ପାଇଁ ରଖାଯାଇଥିବା ଡଷ୍ଟବିନରେ ଗୁଟଖା ଛେପ

ତମାଖୁ ଗୁଟୁଖା ସେବନ କରିବା ଦ୍ବାରା ଏହା ସିଧାସଳଖ ଭାବରେ ଆମ ଶରୀରକୁ ଗଭୀର ଆଘାତ ପହଁଞ୍ଚାଇଥାଏ। ଯାହାଦ୍ବାରା ଆମେ ମାତ୍ରାଧିକ ରୋଗର ସମ୍ମୁଖିନ ହୋଇଥାଉ। ଏକଥା ପ୍ରାୟ ସମସ୍ତେ ଜାଣିଥାଆନ୍ତି ଏବଂ ଗୁଟଖା କମ୍ପାନି ମଧ୍ୟ ପ୍ୟାକେଟ୍‌ରେ ହେଉଥିବା ଶାରୀରିକ ସମସ୍ୟା ବିଷୟରେ ଲେଖିଥାନ୍ତି। କିନ୍ତୁ ଏହା ସତ୍ତ୍ବେ ବି ଅଧିକାଂଶ ଲୋକ ଏହାକୁ ଖାଇଥାଆନ୍ତି। କିଛି ଲୋକ ଗୁଟଖା ଖାଇ ଏତେତେଣେ ଛେପ ପକାଉଥିବା ଦେଖାଯାଏ। ଏବେ ସେଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ କେହି ଜଣେ ବିକ୍ରି ହେବା ପାଇଁ ରଖାଯାଇଥିବା ଡଷ୍ଟବିନରେ ଗୁଟଖା ଖାଇ ଛେପ ପକାଇଥିବା ଦେଖିବାକୁ ମିଳିଛି। କାନପୁରରେ ଘଟିଛି ଏଭଳି ଅଜବ ଘଟଣା।

ଭାଇରାଲ ହେଲା ଭିଡିଓ

କାନପୁରର DIY ଷ୍ଟୋର ଭିତରେ ଗୁଟକା ଦାଗ ଲାଗିଥିବା ଡଷ୍ଟବିନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଗତ ମଙ୍ଗଳବାର ପୋଷ୍ଟ ହୋଇଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ଏକ ଦୋକାନକୁ ଡଷ୍ଟବିନ୍ କିଣିବାକୁ ଯାଉଛନ୍ତି । ହେଲେ ବିକ୍ରି ହେବା ପାଇଁ ରଖାଯାଇଥିବା ଡଷ୍ଟବିନ ଭିତରେ ଗୁଟକା ଛେପର ଦାଗ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଭିଡିଓଟି ଏବେ ଭାଇରାଲ ହେଉଥିବା ବେଳେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ଲୋ‌କେ।

ଭିଡିଓ କରିଥିବା ଯୁବକଙ୍କୁ ଟାର୍ଗେଟ କଲେ ଲୋକେ

ଭିଡିଓ ଭାଇରାଲ ହେବାପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ କାନପୁର ଏବଂ ଏଠାକାର ଲୋକମାନଙ୍କୁ ନେଇ ବିଭିନ୍ନ ପ୍ରକାର ମତ ଦେଇଛନ୍ତି। ଏହାସହ କିଛି ଲୋକେ ଭିଡିଓ କରିଥିବା ଯୁବକଜଣଙ୍କ କାନପୁରକୁ ବଦନାମ କରିବାକୁ ଏପରି କରୁଛନ୍ତି ବୋଲି କହିବା ସହ ତାଙ୍କୁ ଭିଡିଓ ଡିଲିଟ କରିବାକୁ କହୁଛନ୍ତି। ଏହାର ଜବାବ ଦେଇ ଯୁବକଜଣଙ୍କ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ଜାରି ସେୟାର କରିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ କାନପୁରରେ ଅନେକ ଗୁଟଖା କାରଖାନା ଅଛି। ଲୋକମାନେ ଗୁଟଖା ଖାଇ କାନପୁରର ଚକେରୀ ବିମାନବନ୍ଦରର ଆଖପାଖ ଅଞ୍ଚଳ ସମେତ ସାର୍ବଜନୀନ ସ୍ଥାନରେ ଗୁଟଖା ଛେପ ପକାଉଛନ୍ତି । ଏହା ଏକ ବଡ଼ ସମସ୍ୟା। ସେଲିବ୍ରିଟିମାନେ ‘ଜୁବାନ୍ କେଶରୀ’ର ବିଜ୍ଞାପନ କଲେ କାହାର କିଛି ସମସ୍ୟା ହେଉନାହିଁ, ହେଲେ ମୁଁ ବାସ୍ତବିକ ଚିତ୍ର ଦେଖାଇବାରୁ ସମସ୍ତଙ୍କର ସମସ୍ୟା ହେଉଛି।”

ନିଜ ଅଞ୍ଚଳ ସମେତ ନିଜ ଚାରିପାଖକୁ ସଫାସୁତୁରା ରଖିବା ଆମର କର୍ତ୍ତବ୍ୟ । କିନ୍ତୁ ଲୋକେ ଗୁଟଖା ଖାଇବା ନିଶାରେ ଏହା ଭୁଲିଯାଇଥିବା ଭାଇରାଲ ଭିଡିଓରୁ ସ୍ପଷ୍ଟ ହୋଇଛି।

 

 

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button