ମୁମ୍ବାଇ: ଭାରତୀୟ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ବଲିଉଡ୍ ଅଭିନେତ୍ରୀ ତଥା ଏମ୍ଟିଭି ସ୍ପ୍ଲିଟ୍ସ୍ଭିଲାର ଚର୍ଚ୍ଚିତ ସଦସ୍ୟା ଖୁସି ମୁଖାର୍ଜୀ ଚାଞ୍ଚଲ୍ୟକର ଦାବି କରିଛନ୍ତି। ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସୂର୍ଯ୍ୟଙ୍କ ରସିକିଆ ଗୁଣ ଉପରୁ ପରଦା ଉଠାଇବାକୁ ଯାଇ ସେ କହିଛନ୍ତି, ସୂର୍ଯ୍ୟ ମୋତେ ଆଗରୁ ସବୁବେଳେ ମେସେଜ୍ କରୁଥିଲେ। ଏବେ କିନ୍ତୁ ଆମ ଭିତରେ କୌଣସି ଯୋଗାଯୋଗ ନାହିଁ। ସେହିଭଳି ଆଗାମୀ ଭବିଷ୍ୟତରେ କୌଣସି କ୍ରିକେଟର୍ଙ୍କୁ ଡେଟ୍ କରିବା ସମ୍ଭାବନାକୁ ସେ ସଂପୂର୍ଣ୍ଣ ଏଡ଼ାଇ ଯାଇଛନ୍ତି। ‘‘ମୁଁ କୌଣସି କ୍ରିକେଟର୍ଙ୍କୁ ଡେଟ୍ କରିବାକୁ ଚାହେନି।

