ଦେଶ ବିଦେଶ

Venezuelan Vice President: ଭେନେଜୁଏଲା ଉପରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ କିଏ?

ଭେନେଜୁଏଲାରେ ଆମେରିକାର ଆକ୍ରମଣ ଓ ରାଷ୍ଟ୍ରପତିଙ୍କୁ ବନ୍ଦୀ ରଖାଯିବା ରାଜନୈତିକ ଅଚଳାବସ୍ଥା ସୃଷ୍ଟି କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଭେନେଜୁଏଲାର....

କାରାକାସ୍‌:  ଭେନେଜୁଏଲାରେ  ଆମେରିକାର ଆକ୍ରମଣ ଓ ରାଷ୍ଟ୍ରପତିଙ୍କୁ  ବନ୍ଦୀ ରଖାଯିବା ରାଜନୈତିକ ଅଚଳାବସ୍ଥା ସୃଷ୍ଟି କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ଆମେରିକୀ ସୈନିକ ଗିରଫ କରି ଦେଶ ବାହାରକୁ ନେଇଯାଇଛନ୍ତି। ଏହି ଘଟଣା ପରେ ଦେଶର ଉପରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ ଅନ୍ତରୀଣ ରାଷ୍ଟ୍ରପତି ଭାବେ ନେତୃତ୍ୱ ନେଇପାରିବେ ବୋଲି ଚର୍ଚ୍ଚା ଜୋର ଧରିଛି।

ମାଦୁରୋଙ୍କ ଗିରଫଦାରୀ ପରେ ଅନ୍ତରୀଣ ନେତା ହୋଇପାରନ୍ତି
ମାଦୁରୋ ଜୀବିତ ଥିବା ନେଇ ଆମେରିକାକୁ ପ୍ରମାଣ ମାଗିଲେ

ଡେଲ୍ସି ରୋଡ୍ରିଗେଜ୍ ଜଣେ ଆଇନ ବିଶେଷଜ୍ଞ ଓ ତାଙ୍କର ଦୀର୍ଘ ବର୍ଷର ରାଜନୈତିକ ଅଭିଜ୍ଞତା ରହିଛି। ସେ ୨୦୧୮ରୁ ଭେନେଜୁଏଲାର ଉପରାଷ୍ଟ୍ରପତି ଅଛନ୍ତି। ଏହା ପୂର୍ବରୁ ସେ ବିଦେଶ ମନ୍ତ୍ରୀ ଓ ସଂଚାର ମନ୍ତ୍ରୀ ଭାବେ କାମ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ହ୍ୟୁଗୋ ଚାଭେଜ୍ ଓ ମାଦୁରୋଙ୍କ ସମୟରେ ସେ ଗୁରୁତ୍ୱପୂର୍ଣ୍ଣ ପଦବିରେ ରହିଛନ୍ତି।   ଡେଲ୍ସି  ଆଜି ସରକାରୀ ଟିଭିରେ କହିଛନ୍ତି ଯେ ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ବର୍ତ୍ତମାନ ଆମେରିକା ସେନା କେଉଁଠାରେ ରଖିଛି ସେ ଜାଣନ୍ତି ନାହିଁ।  ସେ ଆମେରିକାଠାରୁ ମାଦୁରୋ  ଜୀବିତ ଥିବାର ପ୍ରମାଣ ମାଗିଛନ୍ତି। ଏ ସଂପର୍କରେ ରାଷ୍ଟ୍ର ଅଧିକି କିଛି ଜାଣିବାକୁ ଚାହୁଛି ବୋଲି ସେ କହିଛନ୍ତି।

ଭେନେଜୁଏଲା ସମ୍ବିଧାନର ଧାରା ୨୩୩ ଅନୁଯାୟୀ ରାଷ୍ଟ୍ରପତିଙ୍କ ଅନୁପସ୍ଥିତିରେ ଉପରାଷ୍ଟ୍ରପତି ଦାୟିତ୍ୱ ନେବେ ଏବଂ ୩୦ ଦିନ ଭିତରେ ନିର୍ବାଚନ କରାଇବେ। ତେଣୁ ଡେଲ୍ସି ରୋଡ୍ରିଗେଜ୍ ଅନ୍ତରୀଣ ରାଷ୍ଟ୍ରପତି ହେବେ ବୋଲି ଅନେକ ରିପୋର୍ଟରେ କୁହାଯାଇଛ।

 

 

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button