ଦେଶ ବିଦେଶ

Trump : “ସତର୍କ ରୁହ, ଏହା ପରେ ତମ ପାଳି” କାହାକୁ ଧମକାଇଲେ ଟ୍ରମ୍ପ ?

ଆମେରିକା ଭେନେଜୁଏଲାରେ ବିମାନ ଆକ୍ରମଣ କରି ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି । ଏହା ପରେ ଟ୍ରମ୍ପ କଲମ୍ବିଆର ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋଙ୍କୁ ଖୋଲାଖୋଲି ଭାବରେ ଧମକ ଦେଇଛନ୍ତି।

Trump : ଆମେରିକା ଭେନେଜୁଏଲାରେ ବିମାନ ଆକ୍ରମଣ କରି ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି। ମାଦୁରୋଙ୍କୁ ନ୍ୟୁୟର୍କ ଜେଲରେ ବନ୍ଦୀ କରାଯାଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି କାର୍ଯ୍ୟ ଲାଟିନ୍ ଆମେରିକୀୟ ଦେଶଗୁଡ଼ିକରେ ଭୟ ଓ ଉତ୍ତେଜନା ବୃଦ୍ଧି କରିଛି। ଏହି ଦେଶଗୁଡ଼ିକ ଏହି ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନର କଡ଼ା ସମାଲୋଚନା କରିଛନ୍ତି। ସାରା ବିଶ୍ବରେ ବି ଏହି କାର୍ଯ୍ୟର ନିନ୍ଦା କରାଯାଉଛି । କିନ୍ତୁ ଏସବୁ ପ୍ରତି ଟ୍ରମ୍ପଙ୍କ  କୌଣସି ପରଓ୍ବାହ ନାହିଁ । ଏବେ ସେ କଲମ୍ବିଆର ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋଙ୍କୁ ଖୋଲାଖୋଲି ଭାବରେ ଧମକ ଦେଇଛନ୍ତି।

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାରେ ଟ୍ରମ୍ପ ପେଟ୍ରୋ ବିଷୟରେ କହିଛନ୍ତି, “ସେ କୋକେନ୍ ଉତ୍ପାଦନ କରୁଛନ୍ତି ଏବଂ ଏହାକୁ ଆମେରିକାକୁ ପଠାଉଛନ୍ତି, ତେଣୁ ତାଙ୍କୁ ସତର୍କ ରହିବାକୁ ପଡିବ।”

ସୂଚନାଯୋଗ୍ୟ ଯେ ମାଦୁରୋଙ୍କ ନାମ ନ ନେଇ କଲମ୍ବିଆର ରାଷ୍ଟ୍ରପତି ପେଟ୍ରୋ ୱାଶିଂଟନର ଆକ୍ରମଣକୁ “ଲାଟିନ୍ ଆମେରିକାର ସାର୍ବଭୌମତ୍ୱ ଉପରେ ଆକ୍ରମଣ” ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଏହା ଏକ ମାନବିକ ସଙ୍କଟ ସୃଷ୍ଟି କରିବ।

ନିକଟରେ ଟ୍ରମ୍ପ କହିଥିଲେ ଯେ ସେ ତାଙ୍କର ନିଶା ନିବାରଣ ରଣନୀତିର ଅଂଶ ଭାବରେ କଲମ୍ବିଆରେ ନିଶା ଉତ୍ପାଦନ ପ୍ରୟୋଗଶାଳା ଉପରେ ଆକ୍ରମଣକୁ ଅସ୍ୱୀକାର କରି ହେବ ନାହିଁ । ଟ୍ରମ୍ପଙ୍କ ଏକ ବିବୃତ୍ତିକୁ ଆକ୍ରମଣର ଧମକ ବୋଲି କହି  ନିନ୍ଦା କରିଛି ପେଟ୍ରୋ ।

 

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button